Categories: ଖେଳ

ଏ ପ୍ରେମ ମୋ ଦ୍ୱାରା ହେବ ନାହିଁ, କାହିଁକି ଏମିତି କହିଲେ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀ

କୋଲକତା,୧।୮:ଭାରତୀୟ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡିଓରେ ସେ କହିଛନ୍ତି, ଏ ପ୍ରେମ ମୋ ଦ୍ୱାରା ହେବ ନାହିଁ, ଯଦି ଝଗଡା କରିବାକୁ ଚାହୁଁଛ, ତେବେ କୁହ। ଏହି ଭିଡିଓ ଶେୟାର କରିବା ପରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ କେବଳ ଝଗଡା ହିଁ କର, ନଚେତ୍‌ ଶାମି ଭାଇଙ୍କର ଏହି ଅବସ୍ଥା ହୋଇ ନ ଥାନ୍ତା।
ଭାରତୀୟ ଦଳର ତାରକା ବୋଲର ମହମ୍ମଦ ଶାମି ୨୦୧୪, ଜୁନ ୬ରେ ହସିନଙ୍କୁ ବିବାହ କରିଥିଲେ। ହସିନ ଜଣେ ମଡେଲ। ବିବାହର ଏକ ବର୍ଷ ପରେ ଶାମି ଏକ କନ୍ୟା ସନ୍ତାନର ପିତା ହୋଇଥିଲେ। ୨୦୧୮ରେ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ହସିନ ହତ୍ୟା ଉଦ୍ୟମ ତଥା ଘରୋଇ ହିଂସା ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଏବଂ ଉଭୟ ପରସ୍ପରଠାରୁ ଅଲଗା ରହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ।

Share