Categories: ଖେଳ

ବୁମ୍‌ରାଙ୍କ ସ୍ଥାନରେ ଏହି ଦ୍ରୁତ ବୋଲର୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ସିରିଜର ଅନ୍ତିମ ୨ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ସିରାଜ ଦଳରେ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନ ନେବେ ବୋଲି ଶୁକ୍ରବାର ବିସିସିଆଇ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜର ଦ୍ୱିତୀୟ ଟି୨୦ ମୁକାବିଲା ଅକ୍ଟୋବର ୨ରେ ଗୋହ୍ବାଟିରେ ଖେଳାଯିବ। ପୂର୍ବରୁ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ପ୍ରଥମ ଟି୨୦ ମୁକାବିଲାରେ ଅତିଥି ଟିମ୍‌କୁ ପରାଜିତ କରି ସିରିଜରେ ୧-୦ରେ ଆଗୁଆ ରହିଛି।

ଅଭ୍ୟାସ ସମୟରେ ବୁମ୍‌ରାଙ୍କ ପିଠିରେ ସମସ୍ୟା ଦେଖାଦେଇଥିଲା। ଏହାକୁ ନେଇ ତାଙ୍କୁ ଏହି ସିରିଜରୁ ବାଦ ଦିଆଯାଇଥିଲା। ଏବେ ସେ ସୁସ୍ଥ ହେବାକୁ ୪-୫ ମାସ ସମୟ ଲାଗିପାରେ ବୋଲି ଜଣାପଡ଼ିଛି। ଏହାକୁ ନେଇ ସେ ଆସନ୍ତା ବିଶ୍ୱକପ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏମିତିରେ ସିରାଜ ତାଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share