ଇସ୍ଲାମାବାଦ, ୨୦ା୧୨-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶନିବାର ପୂର୍ବତନ ଟେଷ୍ଟ କ୍ରିକେଟର ମହମ୍ମଦ ଓ୍ବାସିମଙ୍କୁ ସିଲେକ୍ସନ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛି। ସେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ମିସ୍ବା ଉଲ୍ ହକ୍ ଜାତୀୟ ଦଳର ମୁଖ୍ୟ କୋଚ ଦାୟିତ୍ୱ ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସୂଚନାଯୋଗ୍ୟ, ଭାରତରେ ଟି୨୦ ବିଶ୍ୱକପ୍ ବ୍ୟତୀତ ୨୦୨୧ରେ ପାକିସ୍ତାନକୁ ଅତିକମ୍ରେ ୪ଟି ଅନ୍ତର୍ଜାତୀୟ ଦଳ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟୁର୍ରେ ଆସିବେ। ଓ୍ବାସିମଙ୍କ ପ୍ରଥମ କାର୍ଯ୍ୟ ହେଲା ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ଟେଷ୍ଟ ୩ ଅନ୍ତର୍ଜାତୀୟ ଟି୨୦ ଘରୋଇ ସିରିଜ ପାଇଁ ଦଳ ମନୋନୟନ।