କଂଗ୍ରେସରୁ ମହମ୍ମଦ ମୋକିମ୍‌, ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ

ଭୁବନେଶ୍ୱର,୧୫ା୭(ଅନିଲ ଦାସ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଶନିବାର କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ରାଜ୍ୟ କଂଗ୍ରେସରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡି ଏମାନଙ୍କୁ ଆପଣାଇବ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ ଅନଓ୍ବର ଏକ ପ୍ରେସ୍‌ ରିଲିଜ ଜାରି କରି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଚିରଞ୍ଜୀବ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବା ବେଳେ ମୋକିମ୍‌ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତି ପାଳନ କରୁ ନ ଥିଲେ । ତେଣୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ...

ଧରିତ୍ରୀ’ୟୁଥ କନ୍‌କ୍ଲେଭ: ପଦ୍ମଶ୍ରୀ ଯମୁନା ଟୁଡୁଙ୍କୁ ‘ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୪।୧୧(ବନ୍ଦନା ସେଠୀ/ଅନୁରାଧା ମହାରଣା): ଖଣି ଖନନ କାରଣରୁ ଓଡ଼ିଶାର ପ୍ରାକୃତିକ ଜଙ୍ଗଲ ଲଗାତାର ଭାବେ ନଷ୍ଟ ହେବାକୁ ଲାଗିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଭଳି...

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ...

ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର...

‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା...

ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା ହିତା ଲଖାନୀ

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ...

ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା...

ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୪ା୧୧: ଆସନ୍ତାକାଲି ଅର୍ଥାତ୍‌ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri