Categories: ଖେଳ

ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍‌ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍‌ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଭାରତୀୟ ଭଲିବଲ ଦଳ ମନୋନୟନ କରାଯାଇଛି। ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା ସ୍ଥାନ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ଓଡ଼ିଶା ଭଲିବଲ ଆସୋସିଏଶନକୁ ଭାରତୀୟ ଦଳର କୋଚିଂ କ୍ୟାମ୍ପ ପାଇଁ ଅନୁମତି ଦେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଖେଳାଳିଙ୍କୁ ନେଇ କ୍ୟାମ୍ପ ମେ’ ୨ରୁ ଜୁଲାଇ ୩ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପ ସଫଳତାର ସହ ସମ୍ପନ୍ନ ହେବାପରେ ମନୋନୀତ ୧୨ ଖେଳାଳି ଓ ୪ ଅଫିସିଆଲ ମଙ୍ଗଳବାର ବାହାରିନ ଯାତ୍ରା କରିବେ ବୋଲି ସ୍ଥିର ହୋଇଛି। ଏହି ଦଳରେ କେନ୍ଦ୍ରାପଡ଼ାର ରାଜା ସାମିଲ ହୋଇଛନ୍ତି। ଭିଏଫ୍‌ଆଇ ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି।
ଭାରତୀୟ ଦଳ: ଦୁଶ୍ୟନ୍ତ ସିଂ (ଅଧିନାୟକ), ଅମନ କୁମାର, ମହମ୍ମଦ ରାଜା, ସନ୍ଦୀପ, ଯୁଗାଙ୍କ ବଲିୟାନ, ସମୀର ଚୌଧାରୀ, ଭରନିଧରନ ଏସ୍‌., ତନିଶ ଚୌଧାରୀ, ହର୍ଷିତ ଗିରି, ସଚିନ ଡାଗର, କାର୍ତ୍ତିକେୟନ କେ., ଅଜିତ ଶେଖୋ। ମ୍ୟାନେଜର: ଜେ. ନନ୍ଦରାଜନ, ମୁଖ୍ୟ କୋଚ୍‌: ଜି.ଇ. ଶ୍ରୀଧରନ, ସହକାରୀ କୋଚ୍‌: ରାଜେଶ କୁମାର ଓ ପ୍ରବୀଣ କୁମାର ଶର୍ମା।

Share