Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଆୟରାଙ୍କୁ ନେଇ ଭାବବିହ୍ବଳ ହେଲେ ସାମି, କହିଲେ ଏଭଳି

ନୂଆଦିଲ୍ଲୀ,୧୩।୯: ଆଇପିଏଲ୍‌-୨୦୨୦ ଆରମ୍ଭ ହେବାକୁ ଆଉ କିଛିଟା ଦିନ ବାକି। ଖେଳାଳିମାନେ ଏହାକୁ ନେଇ ୟୁଏଇରେ ଅଛନ୍ତି। ଘରଠାରୁ ଦୂରରେ ଥିବାରୁ ନିଜ ପରିବାରଲୋକ ମନେ ପଡ଼ିବା ସ୍ବାଭାବିକ କଥା। ସେଭଳି କିଛି ଏବେ ଘଟୁଛି ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କ କ୍ଷେତ୍ରରେ।

କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ସାମିଙ୍କୁ ତାଙ୍କ ଝିଅଙ୍କ କଥା ବେଶ୍‌ ମନେ ପଡ଼ୁଛି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଆୟରାଙ୍କୁ ଭେଟିପାରି ନ ଥିଲି। ସେ ବହୁତ ଶୀଘ୍ର ବଡ଼ ହେଉଛନ୍ତି। ତାଙ୍କ କଥା ବହୁତ ମନେ ପଡ଼ୁଛି। ତେବେ ଆୟରା ଏବେ ସ୍ତ୍ରୀ ହସୀନ ଜହାଁଙ୍କ ସାଙ୍ଗରେ ରହୁଛନ୍ତି।

ଏହାଛଡ଼ା ସାମି ଆଇପିଏଲ୍‌ରେ ଖେଳାଳିଙ୍କ ଫର୍ମକୁ ନେଇ କହିଛନ୍ତି, ଆମେ ବହୁତ ଦିନରୁ କ୍ରିକେଟ ଖେଳି ନ ଥିଲୁ। ଏବେ ସମସ୍ତେ ପଡ଼ିଆକୁ ଆସି ବେଶ ଖୁସି ଅଛନ୍ତି। ଗୁରୁବାର ଅଭ୍ୟାସ ମ୍ୟାଚ୍‌ ଖେଳିଛୁ। କିଛି ଅସୁବିଧା ହେଉନାହିଁ। ସମସ୍ତେ ଧିରେ ଧିରେ ନିଜ ଫର୍ମକୁ ଫେରୁଛନ୍ତି।

Share