Categories: ଖେଳ

ଶାମିଙ୍କ ଅଡ଼ୁଆ ବଢ଼ିଲା, ସ୍ତ୍ରୀଙ୍କ ମାମଲାରେ କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କୋଲକାତା,୨୩।୮: ବଢ଼ିଲା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ। ସ୍ତ୍ରୀ ହସିନ ଜହାଁ ତାଙ୍କ ଉପରେ ଚଳାଇଥିବା ମାମଲାରେ କୋର୍ଟ ତାଙ୍କୁ ୩୦ ଦିନ ମଧ୍ୟରେ ଜାମିନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶାମି ଅଗଷ୍ଟରେ ଖେଳାଯିବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏଣୁ ତାଙ୍କୁ ୩୦ ଦିନ ମଧ୍ୟରେ କୋର୍ଟରୁ ଜାମିନ ଆଣିବାକୁ ହେବ। ତେବେ ହସିନ ଶାମି ଏବଂ ତାଙ୍କ ଭାଇ ମହମ୍ମଦ ହସିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏବେ କୋର୍ଟଙ୍କ ଆଦେଶ ଦୁହିଁଙ୍କ ଚିନ୍ତା ବଢ଼ାଇଛି।

Share