Categories: ଖେଳ

ଡାକ୍ତରଖାନାରେ ଚାଲିଛି ଚିକିତ୍ସା, ଫଟୋ ଶେୟାର କରି ଭାବବିହ୍ବଳ ହେଲେ କ୍ରିକେଟର

ନୂଆଦିଲ୍ଲୀ,୪।୧୨: ବାଲାଂଦେଶ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଆହତ ସମସ୍ୟା ଯୋଗୁ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ଉମରାନ ମଲିକଙ୍କୁ ଦଳରେ ସୁଯୋଗ ମିଳିଛି। ଏସବୁ ମଧ୍ୟରେ ଶାମି ଡାକ୍ତରଖାନାରେ ନିଜର ଚିକିତ୍ସା ସମୟର କିଛି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

୩୨ ବର୍ଷୀୟ ଶାମି ଟି୨୦ ବିଶ୍ୱକପ୍‌ରେ ଦଳରେ ସାମିଲ ହୋଇଥିଲେ। ଏହା ପରେ ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ, ଯେଉଁଥିଲାଗି ତାଙ୍କୁ ବାଲାଂଦେଶ ବିପକ୍ଷ ସିରିଜରୁ ବାହାର କରିଦିଆଯାଇଛି। ଶାମି ନିଜର ଫଟୋ ଶେୟାର କରି ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। କ୍ୟାରିୟରରେ ତାଙ୍କୁ ଅନେକ ଆଘାତ ଲାଗିଛି, ଯାହାକି ତାଙ୍କୁ ଏକ ଦୃଷ୍ଟିକୋଣ ଦେଇଛି। ପ୍ରତି ଆଘାତରୁ ସେ କିଛି ନା କିଛି ଶିଖିଛନ୍ତି। ପରବର୍ତ୍ତୀ ସମୟରେ ମଜଭୂତ ଭାବେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ସେ କହିଛନ୍ତି।
କହିରଖୁଛୁ, ବାଲାଂଦେଶ ଗସ୍ତରେ ଭାରତୀୟ ଟିମ୍‌ ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ। ପ୍ରଥମେ ଦିନିକିଆ ମ୍ୟାଚ୍‌ ସିରିଜ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଡିସେମ୍ବର ୪, ରବିବାର ଖେଳାଯିବ।

Share