Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତକୁ ବଡ ଝଟକା, ଖେଳିବେନି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ୍‌ ଖେଳାଯିବ। କିନ୍ତୁ ଏହି ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ମହମ୍ମଦ ଶାମି ଟେଷ୍ଟ ସିରିଜ୍‌ର ଅଂଶ ହେବେ ନାହିଁ। ଯଦିଓ, ଏ ପର୍ଯ୍ୟନ୍ତ ମହମ୍ମଦ ଶାମିଙ୍କ ଖେଳ ବିଷୟରେ କୌଣସିି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ, କିନ୍ତୁ ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖେଳି ପାରିବେନାହିଁ।

ରିପୋର୍ଟ ଅନୁଯାୟୀ ମହମ୍ମଦ ଶାମିଙ୍କ ଗୋଡରେ ଆଘାତ ଲାଗିଛି। ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ଏଥି ସହିତ ରୋହିତ ଶର୍ମାଙ୍କ ସମେତ ଟିମ ଇଣ୍ଡିଆ ଖେଳାଳିମାନେ ଡିସେମ୍ବର ୧୫ ରେ ଜୋହାନ୍ସବର୍ଗ ଯିବେ। କିନ୍ତୁ ଦକ୍ଷିଣ ଆଫ୍ରିକା ଯାଉଥିବା ଖେଳାଳି ତାଲିକାରେ ମହମ୍ମଦ ଶାମି ରହିବେ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ମହମ୍ମଦ ଶାମି ନ ଖେଳିବା ଟିମ ଇଣ୍ଡିଆ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

Share