Categories: ଖେଳ

ବାଲାଂଦେଶ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୩।୧୨: ବାଲାଂଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଥିବା କାରଣରୁ ଏହି ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିବା ନେଇ ବିସିସିଆଇ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ବାଲାଂଦେଶ ଗସ୍ତରେ ଭାରତୀୟ ଟିମ୍‌ ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳିବ। ଡିସେମ୍ବର ୪ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଶାମିଙ୍କ ଅନୁପସ୍ଥିତିରେ ଉମରାନ ମଲିକଙ୍କୁ ବିସିସିଆଇ ଦଳରେ ସାମିଲ କରିଛି।

ଟି୨୦ ବିଶ୍ୱକପ୍‌ ପରେ ଶାମିଙ୍କ ସମେତ ରୋହିତ ଶର୍ମା, ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରୁ ବିଶ୍ରାମ ଦିଆଯାଇଥିଲା। ଶାମି ଏହି ସିରିଜରେ ଜସପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ସମ୍ଭାଳିଥିଲେ। ହେଲେ ଏବେ ସେ ନିଜେ ବାଦ୍‌ ପଡ଼ିବା ଦଳ ଲାଗି ବଡ଼ ଝଟ୍‌କା ଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।

Share