ଏହି କ୍ରିକେଟରଙ୍କ ପାଇଁ ଲଢ଼ିଲେ ଏକାଧିକ ଟିମ୍‌; ୬.୨୫ କୋଟିରେ କିଣିନେଲା…

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ନିଲାମରେ କିଛି ଖେଳାଳିଙ୍କ ଭାଗ୍ୟ ଚମକିଛି। ସେଭଳି ଜଣେ ହେଲେ ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ଗତ କିଛି ସିଜନ୍‌ରେ ପଞ୍ଜାବ ପକ୍ଷରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ସେ। ଏଣୁ ଶନିବାର ଆଇପିଏଲ୍‌ ଅକ୍ସନରେ ତାଙ୍କୁ ନେବା ଲାଗି ଉତ୍ସାହ ପ୍ରକାଶ କରିଥିଲେ ୪ ଟିମ୍‌। ଗୁଜରାଟ ଟାଇଟାନ୍ସ ଛଡ଼ା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ, କେକେଆର୍‌ ଆଦି ନିଲାମ ଡାକିଥିଲେ। ଶେଷରେ ଗୁଜରାଟ ଟିମ୍‌ ୬.୨୫ କୋଟି ଟଙ୍କାରେ ତାଙ୍କୁ କିଣିଛି। ଶାମି ଏଯାବତ ୭୯ ମ୍ୟାଚ୍‌ ଖେଳିଥିବା ବେଳେ ସେ ୭୯ ଉଇକେଟ ନେଇଛନ୍ତି।

Share