ଆଡିଲେଡ୍, ୧୯।୧୨- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ବଳକା ମ୍ୟାଚ୍ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କ ଖେଳିବା ସମ୍ଭାବନା କମ୍। କାରଣ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଆହତ ହୋଇଛନ୍ତି ଏହି ପେସର। ତାଙ୍କ ରିଷ୍ଟରେ ଆଘାତ ଲାଗିଛି। ଏହି ଆହାତ ସମସ୍ୟା ଯୋଗୁ ସେ ବ୍ୟାଟିଂ ଛାଡ଼ି ପ୍ୟାଭିଲିଅନ ଫେରିଯାଇଥିଲେ। ଆଘାତ ସମସ୍ୟା କେତେ ଗୁରୁତର ଜଣାପଡ଼ି ନ ଥିଲେ ମଧ୍ୟ ସେ ବାମହାତ ଉଠାଇ ପାରୁ ନାହାନ୍ତି।
ଭାରତୀୟ ଦଳର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପେସର ପାଟ କୁମିନ୍ସଙ୍କ ଏକ ଶଟ ପିଚ୍ ବଲ୍ ଶାମିଙ୍କ ଏଲ୍ବୋରେ ବାଜିଥିଲା। ସ୍କାନିଂ ପାଇଁ ତାଙ୍କୁ ମେଡିକାଲ ନିଆଯାଇଛି।
ଶାମିଙ୍କ ଆହତ ସମସ୍ୟା ସମ୍ପର୍କରେ କିଛି ଅପଡେଟ୍ ଆସିନାହିଁ। ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏପରି କି ସେ ବାମହାତ ଉଠାଇ ପାରୁ ନାହାନ୍ତି। ପରବର୍ତ୍ତୀ ସମୟରେ ସମ୍ଭବତଃ ଏ ସମ୍ପର୍କରେ କିଛି ସୂଚନା ମିଳିପାରେ ବୋଲି କୋହଲି ମ୍ୟାଚ୍ ପରେ କହିଛନ୍ତି।