Categories: ଖେଳ

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଟିମ ଇଣ୍ଡିଆର ଅଧିନାୟକ ଶାମିଙ୍କୁ କଥାକୁ ଭୁଲ ସାବ୍ୟସ୍ତ କରିଛନ୍ତି। ରୋହିତ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି, ମହମ୍ମଦ ଶାମିଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ ରୂପେ ଭଲ ହୋଇନାହିଁ ଏବଂ ତାଙ୍କ ଆଘାତ ଏତେ ଖରାପ ଯେ ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ନେବା ଅତ୍ୟନ୍ତ କଷ୍ଟକର।

ରୋହିତ ଶର୍ମା ଶାମିଙ୍କୁ ପୋଲ୍‌ ଖୋଲି କହିଛନ୍ତି, ସତ କହିବାକୁ ଗଲେ ଅଷ୍ଟ୍ରେଲିଆ ଗସ୍ତରେ ଶାମିଙ୍କ ଉପରେ ନିଷ୍ପତ୍ତି ନେବା ବହୁତ କଷ୍ଟସାଧ୍ୟ। ତାଙ୍କ ଆଣ୍ଠୁରେ ଫୁଲା ଅଛି। ଶାମି ଏନସିଏରେ ଡାକ୍ତର ଏବଂ ଫିଜିଓଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଆମେ ଆହତ ଶାମିଙ୍କୁ ଅଷ୍ଟ୍ରେଲିଆକୁ ନେବାକୁ ଚାହୁଁନାହୁଁ।

ସୂଚନାଯୋଗ୍ୟ, ଶାମି ପୁନର୍ବାର ଆହତ ହେବାର ଖବର ସୋସିଆଲ ମିଡିଆରେ ବ୍ୟାପି ଥିଲା। ଶାମି ଏହାକୁ ଭିତ୍ତିହୀନ ଗୁଜବ ପ୍ରଚାର କରାଯାଉଛି ବୋଲି କହିଥିଲେ। ଶାମି କହିଥିଲେ, ବିସିସିଆଇ ଏବଂ ମୁଁ କହି ନାହୁଁ ଯେ ମୁଁ ବର୍ଡର-ଗାଭାସ୍କର ସିରିଜରୁ ବାଦ୍‌ପଡ଼ିଛି। ଏଭଳି ଖବର ପ୍ରତି ଧ୍ୟାନ ନ ଦେବାକୁ ଶାମି ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ। କିନ୍ତୁ ପ୍ରଶ୍ନ ହେଉଛି ଯଦି ସେହି ଖବର ଭୁଲ ଥିଲା ତେବେ ରୋହିତ ଶର୍ମାଙ୍କ ଏହି ବିବୃତ୍ତି ମଧ୍ୟ ଭୁଲ ଅଟେ।

୨୦୨୩ ବିଶ୍ୱକପ ସମୟରେ ମହମ୍ମଦ ଶାମି ଆହତ ହୋଇଥିଲେ। ବିଶ୍ୱକପ ଫାଇନାଲ ପରଠାରୁ ଶାମି କୌଣସି ମ୍ୟାଚ ଖେଳି ନାହାଁନ୍ତି। ସେ ମଧ୍ୟ ଅସ୍ତ୍ରୋପଚାର କରିଥିଲେ।

Share