Categories: ଖେଳ

ଏକଦା ପଙ୍କଚର ମାରିବା ପାଇଁ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଉଥିଲେ; ଏବେ କୋଟିପତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ଏକାଦଶରେ ସ୍ଥାନ ମିଳିଛି। ଏଯାବତ ସେ ୬ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଲେଣି। ଉପରକୁ ସ୍ବାଭାବିକ ଲାଗୁଥିଲେ ହେଁ ଏହି ଷ୍ଟାର ବୋଲରଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। ଏକ ସମୟରେ ସାମାନ୍ୟ ପଙ୍କଚର ମାରିବା ପାଇଁ ତାଙ୍କ ପକେଟରେ ଟଙ୍କାଟିଏ ବି ନ ଥିଲା। ଏଥିପାଇଁ ସେ ସାଙ୍ଗମାନଙ୍କଠାରୁ ଉଧାର ନେଇଥିଲେ। ସେଦିନ ଆଉ ଆଜି ଭିତରେ ଅନେକ ପାର୍ଥକ୍ୟ ଏବେ। କଠିନ ପରିଶ୍ରମ ଏବଂ କ୍ରିକେଟ ପ୍ରତି ନିଜର ଭଲପାଇବା ଯୋଗୁ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି।
ସିରାଜଙ୍କ ବାପା ଅଟୋଚାଳକ ଥିଲେ। ରୋଜଗାର କମ୍‌ ଥିବା ସତ୍ତ୍ୱେ ସେ ପିଲାମାନଙ୍କ ଆବଶ୍ୟକତା ପୂରଣ କରିବାକୁ ସମସ୍ତ ପ୍ରଚେଷ୍ଟା କରୁଥିଲେ। କେବଳ ସିରାଜଙ୍କୁ ଦୈନିକ ୭୦ଟଙ୍କା ହାତଖର୍ଚ୍ଚ ମିଳୁଥିଲା। ଏଥିରୁ ୬୦ଟଙ୍କାର ସେ ପେଟ୍ରୋଲ ପକାଉଥିଲେ। କାରଣ ସେ କ୍ରିକେଟ ଅଭ୍ୟାସ ପାଇଁ ଯାଉଥିଲେ। ବାକି ୧୦ଟଙ୍କା ବଞ୍ଚୁଥିଲା। ଯଦି କେବେ ବାଇକ୍‌ ପଙ୍କଚର ହୋଇଯାଉଥିଲା ସେତେବେଳେ ପାଖରେ ଟଙ୍କା ନ ଥିବାରୁ ଅସୁବିଧାରେ ସେ ପଡ଼ୁଥିଲେ। ବନ୍ଧୁମାନଙ୍କଠାରୁ ଉଧାର ନେଇ ସେ ଗାଡ଼ି ମରାମତି କରୁଥିଲେ। ଏବେ ସେ ଆଇପିଏଲ୍‌ରେ ଗୋଟିଏ ସିଜନ ପାଇଁ ୨.୬ କୋଟି ଟଙ୍କା ରୋଜଗାର କରୁଛନ୍ତି।

Share