Categories: ଖେଳ

ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ଉପସ୍ଥିତ ହୋଇ ନ ଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୧।୧: ବାପାଙ୍କ ଏକମାତ୍ର ଇଚ୍ଛା ଥିଲା ପୁଅ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁ। ହେଲେ ବଞ୍ଚିଥିବା ଅବସ୍ଥାରେ ବାପାଙ୍କୁ ସେହି ସୁଖ ଦେଇ ପାରିଲେ ନାହିଁ। କିନ୍ତୁ ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ମଧ୍ୟ ଉପସ୍ଥିତ ହୋଇପାରି ନ ଥିଲେ ପୁଅ। ଜଣେ ପୁଅ ପାଇଁ ଏହା ଠୁ ବଡ଼ ଦୁଃଖର ବିଷୟ ଆଉ କ’ଣ ହୋଇପାରେ। କିନ୍ତୁ ବାପାଙ୍କ ଇଚ୍ଛା ପୂରଣ କରିବାର ଖୁସି ସବୁଠୁ ନିୟାରା। ଏଠି ଆମେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ସମ୍ପର୍କରେ କହୁଛୁ।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ୍‌ରେ ଟେଷ୍ଟ ପଦାର୍ପଣ କରିଥିବା ସିରାଜ ୩ ମ୍ୟାଚ୍‌ରେ ହାତେଇଥିଲେ ୧୩ ଉଇକେଟ, ଯାହାକି ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ। ସେ ଗୁରୁବାର ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଯାଇଥିଲେ ବାପାଙ୍କ ସମାଧି ସ୍ଥଳରେ। ସେଠାରେ ଫୁଲ ଅର୍ପଣ କରିବା ସହ ନମାଜ ପାଠ କରିଥିଲେ। ଗତ ନଭେମ୍ବରରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏଥିଯୋଗୁ ବିସିସିଆଇ ପକ୍ଷରୁ ତାଙ୍କୁ ସ୍ବଦେଶ ଫେରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ସେ ଟେଷ୍ଟ ପଦାର୍ପଣ ଆଶାରେ ଅଷ୍ଟ୍ରେଲିଆରେ ରହିବାକୁ ଶ୍ରେୟ ମଣିଥିଲେ।

Share