Categories: ଖେଳ

ମୋହନ ବାଗାନ ସେମିରେ

କୋଲକାତା, ୨୮ା୮: ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୪ର୍ଥ ତଥା ଅନ୍ତିମ କ୍ୱାର୍ଟରଫାଇନାଲରେ ମୋହନବାଗାନ ସୁପର ଜାଏଣ୍ଟ୍ସ ୩-୧ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରିଛି। ଖେଳର ୯ମ ମିନିଟ୍‌ରେ ଜାସନ କୁମିଙ୍ଗ୍ସ ପେନାଲଟିକୁ ଗୋଲରେ ପରିଣତ କରି ମୋହନବାଗାନ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ତେବେ ମୁମ୍ବାଇ ସିଟି ଏଫ୍‌ସିର ଜର୍ଜ ପେରେରା ଡିଆଜ ୨୮ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ।

ତେବେ ଦଳର ଖୁସି ସାମୟିକ ଥିଲା। ୩୦ତମ ମିନିଟ୍‌ରେ ହୁଗୋ ବୋମୋସଙ୍କ ଏକ କ୍ରସ୍‌ପାସ୍‌ ଗୋଲ୍‌ରେ ପରିଣତ କରି ମନବୀର ସିଂ ମୋହନବାଗାନକୁ ପ୍ରଥମାର୍ଦ୍ଧ ସୁଦ୍ଧା ୨-୧ରେ ଅଗ୍ରଣୀ କରାଇଥିଲେ। ୬୩ତମ ମିନିଟ୍‌ରେ ଆଶିକ୍‌ କୁରୁନିୟାନଙ୍କ ସହାୟତାରେ ଅନଓ୍ବର ଅଲି ବିଜୟୀ ଦଳ ପକ୍ଷରୁ ତୃତୀୟ ଗୋଲେ ସ୍କୋର କରିଥିଲେ। ମୋହନବାଗାନ ଅଗଷ୍ଟ ୩୧ରେ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲରେ ଏଫ୍‌ସି ଗୋଆ ସହ ମୁକାବିଲା କରିବ।

Share