ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ

ପୁରୀ,୯।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଶୁକ୍ରବାର ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଗୁରୁବାର ସେ ଭୁବନେଶ୍ୱରରେ ରହଥିଲେ । ଶୁକ୍ରବାର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସୱତୀଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନଧରି ପୁରୀରେ ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖମାନଙ୍କର ବୈଠକରେ ସେ ଯୋଗଦେବେ । ଓଡ଼ିଶା ଗସ୍ତ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ ।

Share