Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ମୋହନ ଭାଗବତ! ଆପଣ ଭଗବାନ କି ନାହିଁ…

ନୂଆଦିଲ୍ଲୀ,୬।୯: ଶଙ୍କର ଦିନକରଙ୍କ ଶତାଦ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ଆରଏସଏସ ମୁଖ୍ୟ କହିଛନ୍ତି, ଆପଣ ନିଜ ଦାୟିତ୍ୱରେ ଭଲ ପ୍ରଦର୍ଶନ କରିଛନ୍ତି କି ନାହିଁ ତାହା ଲୋକେ ବିଚାର କରନ୍ତି। ସେ ଆମକୁ ଭଗବାନ ମାନିବୁ କି ନାହିଁ ତାହା ଜନତା ଜନାର୍ଦ୍ଦନ ହିଁ ସ୍ଥିର କରନ୍ତି। ଶଙ୍କର ଦିନକର ୧୯୭୧ପର୍ଯ୍ୟନ୍ତ ମଣିପୁରରେ ପିଲାମାନଙ୍କର ଶିକ୍ଷା ଉପରେ ଧ୍ୟାନ ଦେଇଥିଲେ ଏବଂ ଛାତ୍ରମାନଙ୍କୁ ମହାରାଷ୍ଟ୍ରକୁ ଆଣି ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲେ।

ଭାଗବତ ଆହୁରି କହିଛନ୍ତି, ଜୀବନରେ ଯଥାସମ୍ଭବ ଭଲ କାମ କରିବାକୁ ଚେଷ୍ଟା କରିବା ଉଚିତ। ଆମେ ଭଲ କାମ କରି ସମସ୍ତଙ୍କ ଠାରେ ପ୍ରିୟପାତ୍ର ହୋଇପାରିବା କି ନାହିଁ ତାହା କାର୍ଯ୍ୟ ଦ୍ୱାରା ଜଣାପଡେ। କାର୍ଯ୍ୟ ମାଧ୍ୟମରେ ଆପଣ ଜଣେ ସମ୍ମାନିତ ବ୍ୟକ୍ତି ହୋଇପାରିବେ। କିନ୍ତୁ ଆମେ ସେହି ସ୍ତରରେ ପହଞ୍ଚିଛୁ କି ନାହିଁ ତାହା ଅନ୍ୟମାନଙ୍କ ଦ୍ୱାରା ସ୍ଥିର ହୋଇଥାଏ। ନିଜେ ନୁହେଁ। କିନ୍ତୁ ଆମେ ଏହା ଘୋଷଣା କରିବା ଉଚିତ ନୁହେଁ ଯେ ଆମେ ଭଗବାନ ହେବୁ ନା ନାହିଁ।

Share