ଭାଗବତଙ୍କୁ କଳାପତାକା ଦେଖାଇଲା ଛାତ୍ର କଂଗ୍ରେସ, ୮ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର, ୩୧ା୧(ସୁନିତ୍‌ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ସରସଂଘଚାଳକ ମୋହନ ଭାଗବତଙ୍କୁ ଗୁରୁବାର ମଞ୍ଚେଶ୍ୱରଠାରେ ଛାତ୍ର କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି। ଭାଗବତ ସୂଚନା ଭବନଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବାବେଳେ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନଙ୍କ ନେତୃତ୍ୱରେ କେତେଜଣ କର୍ମୀ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।

ଏହି ଅବସରରେ ଉଦିତ୍‌ କହିଛନ୍ତି, କିଛିଦିନ ତଳେ ଭାଗବତ କହିଥିଲେ ୧୯୪୭ରେ ଦେଶ ସ୍ବାଧୀନ ହୋଇ ନ ଥିଲା ବରଂ ରାମମନ୍ଦିର ପ୍ରତିଷ୍ଠା ପରେ ଦେଶ ସ୍ବାଧୀନ ହେଲା। ସେ ଏପରିି କହି ଦେଶର ସବୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ମନ୍ତବ୍ୟକୁ ବିରୋଧକରି କଳାପତାକା ଦେଖା ଯାଇଥିବା ଉଦିତ୍‌ କହିଛନ୍ତି। ଅନ୍ୟପକ୍ଷରେ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରୁ ଉଦିତ୍‌ଙ୍କ ସମେତ ୮ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏଥିପାଇଁ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗିରହିଥିବାରୁ ଥାନା ପରିସରରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ଭାଗବତ ଗୁରୁବାରଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ସୂଚନା ଭବନଠାରେ ସ୍ବର୍ଗତ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଛନ୍ତି। ପରବର୍ତ୍ତୀ ୪ ଦିନ ସେ ସଂଘର ଆଭ୍ୟନ୍ତରୀଣ ସାଙ୍ଗଠନିକ ବୈଠକରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ଏପ୍ରିଲରେ ପାଟନା ବିମାନବନ୍ଦର ବାହାରେ ଭାଗବତଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପଙ୍କ ସଙ୍ଗଠନ ଧର୍ମନିରପେକ୍ଷ ସେବକ ସଂଘ(ଡିଏସ୍‌ଏସ୍‌) କର୍ମୀମାନେ ସେତେବେଳେ ତାଙ୍କୁ ଏଭଳି ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର...

କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ରୋକିବ ଅପରାଧ: ଲାଗିବ AI କ୍ୟାମେରା

ଭୁବନେଶ୍ୱର,୨୪ା୨: ଅପରାଧ, ଅପରାଧୀ ଏବଂ ଟ୍ରାଫିକ୍ ଉଲ୍ଲଂଘନ ବିରୁଦ୍ଧରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ କଟକ ଏବଂ ଭୁବନେଶ୍ୱରର ଟ୍ୱିନ୍ ସିଟିରେ ଖୁବ୍ ଶୀଘ୍ର...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୨୪ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା...

ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର

କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ...

ଜାତୀୟ ପ୍ରତିଷ୍ଠାନ NIFT କୁ ବାଟ ଛାଡୁନି KIIT, ନିର୍ଦ୍ଦେଶକ ଲଗାଇଲେ ବଡ଼ ଅଭିଯୋଗ

ଭୁବନେଶ୍ୱର, ୨୪ା୨: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (NIFT)ର ନିର୍ଦ୍ଦେଶକ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୨୪ା୨(ସୁବାସ ଚନ୍ଦ୍ର ପାଢ଼ୀ): ବନ୍ଧା ରଖିଥିବା ମୋବାଇଲ ଫୋନ୍‌ ନ ଫେରାଇବାରୁ ଛୁରି ଭୁସି ସାଙ୍ଗଙ୍କୁ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବ୍ର୍ରହ୍ମପୁର...

ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଜାଣନ୍ତୁ ଓଡ଼ିଶାର କେତେ କୃଷି ହେଲେ ଉପକୃତ

ଭୁବନେଶ୍ୱର, ୨୪ା୨: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ...

KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା

ଭୁବନେଶ୍ୱର,୨୪।୨: KIIT ଘଟଣାରେ ସୋମବାର ପୋଲିସ କମିଶନରଙ୍କୁ ଭେଟିଛନ୍ତି CPIM ନେତା। CPIM ସାଧାରଣ ସମ୍ପାଦକ ଦନାର୍ଦ୍ଦନ ପତିଙ୍କ ସହ ଏକ ପ୍ରତିନିଧି ଦଳ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri