ଲାଇସେନ୍ସକୁ ନେଇ ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ, ଏଣିକି ଦିନକରେ ମିଳିବ…

ଭୁବନେଶ୍ୱର,୫।୭: ଏଣିକି ଦିନକରେ ମିଳିବ ପ୍ରୋଭିଜିନାଲ ଟ୍ରେଡ ଲାଇସେନ୍ସ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗର ୫ଟି ସେବାକୁ ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ସହରାଞ୍ଚଳରେ ପ୍ରୋଭିଜିନାଲ ଟ୍ରେଡ ଲାଇସେନ୍ସ ଦିନକରେ ଆଉ ଫାଇନାଲ ଟ୍ରେଡ ଲାଇସେନ୍ସ ସର୍ବାଧିକ ୯୦ଦିନର ସମୟସୀମା ମଧ୍ୟରେ ମିଳିବ । ଏହାସହିତ ବିଲଡିଂ ପ୍ଲାନ ପରିବର୍ତ୍ତନ,ସଂଶୋଧନ, ପୁନଃବୈଧକରଣ ଓ ପ୍ଲିନଥ ଅନୁମୋଦନ ଆଦି ପାଇଁ ନଗର ଉନ୍ନୟନ ବିଭାଗ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହିସବୁ ସେବା ଯୋଗାଇ ଦେବ ।