ମୁଖ୍ୟମନ୍ତ୍ରୀଙ୍କୁ କିଏ ଯାଚିଥିଲେ ଖଣି? ବଡ଼ ଖୁଲାସା କଲେ ମୋହନ ମାଝି

ଭୁବନେଶ୍ୱର,୨୪।୬: ୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀତଦାସ ବୋଲାଉଥିବା ଲୋକେ ମୋତେ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରିଥିଲେ। ମୋତେ ମନ୍ତ୍ରୀପଦ ଓ ଖଣି ଦେବାର ଲୋଭ ଦେଖାଇଥିଲେ । କିନ୍ତୁ ମୁଁ ସେମାନଙ୍କ ପ୍ରଲୋଭନରେ ପଡ଼ିନଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଏଭଳି ବୟାନ ପରେ ଚର୍ଚ୍ଚା ଜୋର ଧରିଛି।

ଏବେ ବିଜେଡି ଏହାର ଜବାବ ରଖିଛି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ନିଜ ପଦର ଗରିମା ରକ୍ଷା କରନ୍ତୁ। ଯେତେବେଳେ ସେ ବିରୋଧୀ ଦଳରେ ଥିଲେ ସେତେବେଳେ ଏକଥା କହୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ବାଗତ କରାଯାଇଥିଲା।

Share