
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମୁସ୍ତାଫାବାଦ ବିଧାନସଭା ଆସନରୁ ଭାଜପା ବିଧାୟକ ମୋହନ ସିଂହ ବିଷ୍ଟ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀ ବିଧାନସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରେଖା କହିଥିଲେ, ‘ମୁଁ ପ୍ରସ୍ତାବ ଦେବାକୁ ଚାହୁଁଛି ଯେ ଏହି ଗୃହର ଜଣେ ସମ୍ମାନିତ ସଦସ୍ୟ ମୋହନ ସିଂହ ବିଷ୍ଟଙ୍କୁ ଏହି ଗୃହର ଉପବାଚସ୍ପତି ନିର୍ବାଚିତ କରାଯାଉ।’ ଏହା ପରେ, ମୋହନ ସିଂହ ବିଷ୍ଟଙ୍କୁ ଉପବାଚସ୍ପତି ଭାବରେ ନିର୍ବାଚିତ କରାଯାଇଥିଲା। ସେ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି।
ମୋହନ ବିଷ୍ଟଙ୍କୁ ଭଜେପାର ବରିଷ୍ଠ ନେତାଙ୍କ ମଧ୍ୟରେ ଗଣନା କରାଯାଏ। ସେ ଛଅ ଥର ବିଧାୟକ ହୋଇଛନ୍ତି। ୨୦୨୫ ବିଧାନସଭା ନିର୍ବାଚନରେ ସେ ମୁସଲିମ ବହୁଳ ବିଧାନସଭା ଆସନ ମୁସ୍ତାଫାବାଦରୁ ଜିତିଛନ୍ତି। ବିଶ୍ୱାସ କରାଯାଉଥିଲା ଯେ ସରକାର ଗଠନ ସହିତ ତାଙ୍କୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇପାରେ। ଏବେ ଏହା ନିଶ୍ଚିତ ହୋଇଗଲା ଏବଂ ବିଷ୍ଟଙ୍କୁ ଉପବାଚସ୍ପତିର ସମ୍ମାନଜନକ ପଦବୀ ଦିଆଯାଇଛି।
ଗୁରୁବାର ମୁଖ୍ୟମନ୍ତ୍ରୀ ରେଖା ଦିଲ୍ଲୀ ବିଧାନସଭାରେ ବିଷ୍ଟଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହାକୁ ମଞ୍ଜିନ୍ଦର ସିଂହ ସିରସା ସମର୍ଥନ କରିଥିଲେ। ଏହା ପରେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେଲା ଏବଂ ମୋହନ ସିଂହ ବିଷ୍ଟ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ହେବେ।
ମୋହନ ସିଂହ ବିଷ୍ଟ ଦିଲ୍ଲୀର ପାହାଡ଼ି ଭୋଟରଙ୍କୁ ପ୍ରତିନିଧିତ୍ୱ କରନ୍ତି। ତାଙ୍କୁ ଉପବାଚସ୍ପତି କରି ଭାଜପା ପାହାଡିଆ ଭୋଟରଙ୍କ ମଧ୍ୟ ଯତ୍ନ ନେଇଛି ବୋଲି କୁହାଯାଇପାରେ। ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀ ବିଧାନସଭା ଅଧିବେଶନର ତୃତୀୟ ଦିନ। ପୂର୍ବରୁ ବିଧାନସଭାର ଏହି ଅଧିବେଶନ ତିନି ଦିନ ପାଇଁ ଚାଲିବାର ଥିଲା, କିନ୍ତୁ ଏବେ ଏହି ଅଧିବେଶନକୁ ମାର୍ଚ୍ଚ ୩ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବୃଆରୀ ୨୫ ତାରିଖରେ, ମୁଖ୍ୟମନ୍ତ୍ରୀ ରେଖା ଗୃହରେ ମଦ ନୀତି ଉପରେ CAG ରିପୋର୍ଟ ଉପସ୍ଥାପନ କରିଥିଲେ।
Delhi: Speaking in the Delhi Assembly, CM Rekha Gupta says, "I would like to present the following proposal that Mohan Singh Bisht, who is a respected member of this House, shall be elected as the Deputy Speaker of this House"
(Video source: Delhi Assembly) pic.twitter.com/upsA3ICNPx
— IANS (@ians_india) February 27, 2025