Categories: ଜାତୀୟ

ଦାୟିତ୍ୱ ଗ୍ରହଣ ପରେ ମୋହନଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩ା୧୨: ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ମାଇକ୍‌ ବାଜିବାକୁ ମୁଖ୍ୟମନ୍ତ୍ରୀ ନିଷେଧ କରିଛନ୍ତି। ଭୋପାଳରେ ପ୍ରଥମ କ୍ୟାବିନେଟ ବୈଠକରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ବୁଧବାର ଭୋପାଳରେ ମୁଖ୍ୟମନ୍ତ୍ରୀ  ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ। ସେ ପ୍ରଥମ ବୈଠକରେ କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥାନ ସମେତ ସର୍ବତ୍ର ଉଚ୍ଚ ସ୍ବରରେ ମାଇକ୍‌ ବ୍ୟବହାର କରିବାକୁ ବାରଣ କରାଯାଇଛି। ସେ କହିଛନ୍ତି, ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ମାଇକ୍‌ ବାଜିବା ଉଚିତ। ଏ ବାବଦରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାଇକ୍‌ ଯାଞ୍ଚ କରିବା ପାଇଁ ସମସ୍ତ ଜିଲାରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ ଗଠନ କରାଯିବ ବୋଲି ସେ କହିଛନ୍ତି।

Share