କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ମୋହିନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହି ଖୁସିଖବର ସମସ୍ତଙ୍କୁ ଜଣାଇଛନ୍ତି। ଶେଷରେ ଏକ ମାସ ପରେ ଆମର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଏଥିପାଇଁ ଋଷିକେଶର ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ମୋହିନା କହିଛନ୍ତି।

କହିରଖୁଛୁ, ମୋହିନାଙ୍କ ସହ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ଏକ ଭିଡିଓ ଶେୟାର କରି କରୋନା ବିଷୟରେ କଥା ହୋଇଥିଲେ। ତାଙ୍କ ଶାଶୁ ପ୍ରଥମେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ ଏହି ରୋଗ ସଂକ୍ରମଣ କରିଥିଲା। ପରେ ରିପୋର୍ଟ ଆସିବା ପରେ ସେମାନେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ସେବେଠାରୁ ସମସ୍ତଙ୍କର ଚିକିତ୍ସା ଜାରି ରହିଥିଲା।

Share