କେବିସିରେ ଏକ କୋଟି ଜିତିବା ପରେ ମ୍ୟାଗିରୁ ବାହାରିଲା ୨ ମସଲା ପ୍ୟାକେଟ୍‌; ମୋହିତା କହିଲେ ‘ମୁଁ ଆଜି ଭାଗ୍ୟବତୀ’

ନୂଆଦିଲ୍ଲୀ: କେବିସି-୧୨ ସିଜନ୍‌ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଥିଲେ ଆଇପିଏସ୍‌ ମୋହିତା ଶର୍ମା। ନଭେମ୍ବର ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ୧ କୋଟି ଟଙ୍କା ଜିତିଥିଲେ। ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କର ପ୍ରଶଂସା କରିଥିବା ଦେଖାଯାଇଥିଲା। ମୋଟାମୋଟି ଦେଖିବାକୁ ଗଲେ ଦିନଟି ତାଙ୍କପାଇଁ ଶୁଭ ରହିଥିବା ନେଇ ସେ ଭାବିଥିଲେ। ହେଲେ ଏବେ ସେ ଭିନ୍ନ ଏକ କାରଣ ପାଇଁ ଚର୍ଚ୍ଚାରେ।

ଉକ୍ତ ଦିନ ମୋହିତା ମ୍ୟାଗି ଖାଇବା ଲାଗି ପ୍ୟାକେଟ୍‌ ଖୋଲିଥିଲେ। ସେଥିରେ ଦୁଇ ପ୍ୟାକେଟ୍‌ ମସଲା ରହିଥିଲା। ଏହାର ଫଟୋ ଉଠାଇ ମୋହିତା ଏକ ଟୁଇଟ୍‌ କରିଥିଲେ। ‘କେବିସି ଜିତିବା ପରେ , ଗୋଟିଏ ମ୍ୟାଗି ପ୍ୟାକେଟରୁ ଦୁଇଟି ମସଲା ପ୍ୟାକେଟ୍‌ ମିଳିଲା। କେବେ ଭାବି ନ ଥିଲି ଏତେ ଭାଗ୍ୟବତୀ ହୋଇଯିବେ। ଭଗବାନଙ୍କ ଆଜି କୃପା ରହିଛି ବୋଲି ସେ ଲେଖିଥିଲେ। ତେବେ ମୋହିତାଙ୍କ ଏହି ଟୁଇଟ୍‌ଟି ବେଶ୍‌ ଭାଇରାଲ ହେଉଛି। କେହି କେହି ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Share