କର୍ନାଟକ, ୨୦।୪: କର୍ନାଟକରେ ବିଧାନସଭା ନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି। ଟିକେଟ ନ ମିଳିବା ଯୋଗୁ ବିଭିନ୍ନ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତିି ସେମାନେ ଦଳ ଛାଡୁଛନ୍ତି। ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ମୋହିଉଦ୍ଦିନ ବାଭାଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୋହିଉଦ୍ଦିନ ବାଭା ଗୁରୁବାର ଏଚ୍ ଡି ଦେବେଗୌଡାଙ୍କୁ ଭେଟଛନ୍ତି। ସାକ୍ଷାତ୍ ସମୟରେ ସେ ବିଧାନସଭା ନିର୍ବାଚନ ବିଷୟରେ କଥା ହୋଇଛନ୍ତି। ପରେ ସେ ଜେଡିଏସ୍ରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହିଛନ୍ତିି।