ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ଛାଡ଼ିବେ ମୋହସିନ! ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’। ଆଜି ବି ରେଟିଂ ଚାର୍ଟରେ ଏହା ଶୀର୍ଷରେ ରହୁଛି। ପାରିବାରିକ କାହାଣୀକୁ ନେଇ ଧାରାବାହିକ ଚାଲିଥିବା ବେଳେ ଶୋ’ରେ ମୁଖ୍ୟ ଭୂମିକାରେ ମୋହସିନ ଖାନ୍‌ ଏବଂ ଶିବାଙ୍ଗୀ ଜୋଶୀ ଅଛନ୍ତି। ଉଭୟଙ୍କ ଖଟାମିଠା ପ୍ରେମ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ। ହେଲେ ଏବେ ମୋହସିନ ଶୋ’ ଛାଡ଼ିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।

ଗତ ପାଞ୍ଚ ବର୍ଷ ଧରି ଧାରାବାହିକ ସହ ଜଡ଼ିତ ଅଛନ୍ତି ଅଭିନେତା। ଏବେ ତାଙ୍କର ଭୂମିକା ବଦଳୁଥିବାରୁ ସେ ତାହା ପସନ୍ଦ କରୁନାହାନ୍ତି। ଏଥିପାଇଁ ସେ ବ୍ରେକ୍‌ ନେବାକୁ ଚାହୁଁଛନ୍ତି। ଏହାଛଡ଼ା ସେ ଓଟିଟି ଏବଂ ଫିଲ୍ମଜଗତ ମୁହାଁ ହୋଇପାରନ୍ତି। ମୋହସିନଙ୍କୁ ବିଗ୍‌ବସ୍‌-୧୫ରୁ ମଧ୍ୟ ଡାକରା ଆସିଛି। ହେଲେ ଆଧିକାରୀକ ଭାବେ କିଛି ଘୋଷଣା ହୋଇନାହିଁ। ଏବେ ଶୋ’ ଛାଡ଼ିବା କଥା ଚର୍ଚ୍ଚାକୁ ଆହୁରି ଜୋର କରିଛି। ତେବେ ୨୦୦୯ରୁ ପ୍ରସାରିତ ହୋଇଆସୁଛି ଶୋ’। ଇତିମଧ୍ୟରେ ଏହା ୧୨ ବର୍ଷ ପୂରଣ କରିଛି।

Share