ଫେରୁଛନ୍ତି ମୋହସିନ! ଅନୁପମାଙ୍କ ବୋହୂଙ୍କ ସହ ରୋମାଣ୍ଟିକ ଫଟୋ ଭାଇରାଲ ପରେ…

ବମ୍ବେ: ଟେଲି ପରଦାକୁ ପୁଣି ଫେରୁଛନ୍ତି ଅଭିନେତା ମୋହସିନ ଖାଁ। ଅନୁପମାଙ୍କ ଗେହ୍ଲି ବୋହୂ କିଞ୍ଜଲ ଓରଫ ନିଧି ଶାହାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ପ୍ରଶଂସକ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି। ଦୁହେଁ ମ୍ୟୁଜିକ୍‌ ଭିଡିଓରେ ଏକାଠି ନଜର ଆସିବେ ବୋଲି କିଛି କହୁଥିବା ବେଳେ ଆଉ କେତେକେ ‘ଅନୁପମା’ରେ ସେ ନଜର ଆସିବେ ବୋଲି କହୁଛନ୍ତି। ହେଲେ ବିଧିବଦ୍ଧ ଭାବେ ମୋହସିନ ଏନେଇ କିଛି ଘୋଷଣା କରିନାହାନ୍ତି।

ମୋହସିନଙ୍କୁ ପରିଚୟ ଦେଇଥିଲା ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଥିରେ ତାଙ୍କ ନାୟିକା ଥିଲେ ଶିବାଙ୍ଗି ଯୋଶି। ଉଭୟଙ୍କ ସମ୍ପର୍କକୁ ବେଶ ପସନ୍ଦ କରୁଥିଲେ ଦର୍ଶକ। ହେଲେ ସେ ନିଜର ଭବିଷ୍ୟତକୁ ଦେଖି ଅନ୍ୟ ପ୍ଲାଟଫର୍ମରେ କାମ କରିବା ଲାଗି ଶୋ’ ଛାଡ଼ିଥିଲେ। ଏବେ ସେ ପୁଣି ଟେଲି ପରଦାକୁ ଫେରିପାରନ୍ତି ବୋଲି ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରୁଛନ୍ତି।

Share