କେବିସିର ଦ୍ୱିତୀୟ କୋଟିପତି ହେଲେ ଏହି ମହିଳା ଆଇପିଏସ୍‌: ବିଗ୍‌ ବି ହେଲେ ବେଶ୍‌ ପ୍ରଭାବିତ

ବମ୍ବେ: କେବିସି ସିଜନ ୧୨ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଛନ୍ତି ମୋହିତା ଶର୍ମା। ସେ ହିମାଚଳର ବାସିନ୍ଦା। ମଙ୍ଗଳବାର ଏପିସୋଡରେ ମୋହିତା ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ବିଜେତା ହୋଇଛନ୍ତି। ସେ କୋଟିଏ ପାଇଁ ପଚରାଯାଇଥିବା ପ୍ରଶ୍ନରେ ଟିକିଏ ଅଟକି ଯାଇଥିଲେ। ହେଲେ ଏକ୍ସପର୍ଟଙ୍କ ରାୟ ନେବା ପରେ ଏକ କୋଟି ଟଙ୍କା ଜିତି ଯାଇଥିଲେ।

ମୋହିତା ପେଶାରେ ଜଣେ ଆଇପିଏସ୍‌ ଅଫିସର। ସେ ଏବେ ଜମ୍ମୁ-କଶ୍ମୀରର ବାରୀ ବ୍ରାହ୍ମଣା ସହରରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡ ଅଫ୍‌ ପୋଲିସ ଭାବେ କାର୍ଯ୍ୟରତ ଅଛନ୍ତି। ମୋହିତାଙ୍କ ସ୍ବାମୀ ମଧ୍ୟ ଆଇଏଫ୍‌ଏସ୍‌ ଅଫିସର। ପ୍ରଥମେ ସେ କୌନ ବନେଗା କରୋଡପତି ଶୋ’ରେ ଭାଗ ନେବାକୁ ଡରୁଥିଲେ। କାରଣ ସେ ନିଜ ବର୍ଦ୍ଦିର ଇଜ୍ଜତ ରଖିବାକୁ ଚାହୁଁଥିଲେ। ଶେଷରେ ତାହା ହିଁ ହୋଇଛି। ବିଗ୍‌ ବି ଅମିତାଭ ତାଙ୍କ କଥାରେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଏପରିକି ଇନ୍‌ଷ୍ଟ୍ରାଗ୍ରାମରେ ସେ ତାଙ୍କୁ ଫଲୋ କରିବେ ବୋଲି ମଧ୍ୟ କହିଛନ୍ତି।

 

 

Share