
କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୧ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି।
ସଂଘର୍ଷପୂର୍ଣ୍ଣ ଫାଇନାଲର ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ଖେଳ ତଥା ଖେଳର ୪୯ତମ ମିନିଟ୍ରେ ମୋହନ ବାଗାନର ଅଲବର୍ଟୋ ରୋଡ୍ରିଗ୍ସଙ୍କ ଆତ୍ମଘାତୀ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସି ୧-୦ରେ ଅଗ୍ରଣୀ ଲାଭ କରିଥିଲା। ପରେ ୭୨ତମ ମିନିଟ୍ରେ ଜାସନ କୁମିଙ୍ଗ୍ସ ପେନାଲ୍ଟିକୁ ଗୋଲରେ ପରିଣତ କରି ମ୍ୟାଚ୍କୁ ୧-୧ ସ୍ଥରକୁ ନେଇ ଆସିଥିଲେ।
ନିର୍ଦ୍ଧାରିତ ସମୟ ଖେଳ ଅମୀମାଂସିତ ରହିବାରୁ ଅତିରିକ୍ତ ସମୟ ଖେଳ ହୋଇଥିଲା। ଏଥିରେ ଖେଳର ୯୬ତମ ମିନିଟ୍ରେ ଅଷ୍ଟ୍ରେଲୀୟ ଫରଓ୍ବାର୍ଡ ଜେମି ମ୍ୟାକଲରେନଙ୍କ ଗୋଲ୍ ବଳରେ ମୋହନ ବାଗାନ ଦଳ ବିଜୟ ଲାଭ କରିଥିଲା। ଶନିବାର ଏହି ବିଜୟ ଦ୍ୱାରା ମୋହନ ବାଗାନ ଏଥର ଉଭୟ ଆଇଏସ୍ଏଲ୍ ଶିଲ୍ଡ ଓ ଆଇଏସ୍ଏଲ୍ ଟ୍ରଫି ହାସଲ କରିବାର ଗୌରବ ଅର୍ଜନ କରିଛି।