Categories: ଜାତୀୟ

ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ମହୁଆଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୮।୧: ତୃଳମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ସୋମବାର ଇଷ୍ଟେଟ ନିର୍ଦ୍ଦେଶାଳୟ (ଡିଓଇ) କାରଣ ଦର୍ଶାଅ ନୋଟିସ ଜାରି କରିଛି।

ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକ ସଭାରୁ ବହିଷ୍କାର କରାଯାଇଥିଲା। ଏଥିସହ ଜାନୁଆରୀ ୭ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ତେବେ ମହୁଆ ଏ ପର୍ଯ୍ୟନ୍ତ ବଙ୍ଗଳା ଖାଲି କରିନାହାନ୍ତି। ଯାହାକୁ ନେଇ ଡିଓଇ ବର୍ତ୍ତମାନ ମହୁଆଙ୍କୁ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କହିଛି।

 

Share