ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମୋକିମ୍‌, ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

କଟକ ଅଫିସ, ୧୮।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ଚେଦ୍ବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଇ ମୋକିମ୍‌ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ।ଯେହେତୁ ସେ ଓଡ଼ିଶାର ଝିଅ ଓଡ଼ିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ ଦେଇଛି। କାହାକୁ ଭୋଟ ଦେବାକୁ ଦଳର କୌଣିସ ହ୍ବିପ ନଥିଲା। ମୁଁ ଓଡ଼ିଆ ହିସାବରେ ତାଙ୍କୁ ଭୋଟ ଦେଇଛି ବୋଲି ମୋକିମ୍‌ କହିଛନ୍ତି।
ଅନ୍ୟପଟେ ଦଳ ନିଷ୍ପତ୍ତି ବାହାରକୁ ଯାଇ ମୋକିମ୍‌ଙ୍କ ଏଭଳି କାର୍ଯ୍ୟକୁପିସିସି ସଭାପତି ତ୍ରୀବ ବିରୋଧ କରିଛନ୍ତି। ଦଳ ପକ୍ଷରୁ ତଦନ୍ତ ଚାଲିଛି ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହୋଇ ପାରେ ବୋଲି ପିସିସି ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share