ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି…

ଭୁବନେଶ୍ୱର,୧୨।୩: କାହାକୁ ମିଳିବ କେଉଁଠି ଆସନ। ଡିଲ୍‌ ତ ସରିଛି ହେଲେ ଭାଗବଣ୍ଟାକୁ ନେଇ କଣ୍ଟ ଛିଡୁନି। ତେବେ ଏପରି ଝୁଲା ସ୍ଥିତି ରହିଲେ ମେଣ୍ଟକୁ ନେଇ କେବଳ ଓଡିଶାବାସ ନୁହନ୍ତି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତାଏ ବି ଦ୍ୱନ୍ଦରେ ରହିବେ। ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ଅଡୁଆ ରହିଛି। ଲୋକସଭାରେ ସହମତି ହେଲେ ବିଧାନସଭାରେ ଟିକିଏ କେଁ ରହୁଛି।

ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର ହେଉ କି ଗାଁର ଭାଗବତ ଟୁଙ୍ଗୀ। କାହିଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି କିମ୍ବା ଆସନ ଭାଗବଣ୍ଟା କଣ ହୋଇପାରେ, ତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆକଳନ କରାଯାଉଛି । ସବୁଠି କିନ୍ତୁ ଗୋଟିଏ କଥା ଆଲୋଚନା ହେଉଛି ଯେ ଦିଲ୍ଲୀରେ ମେଣ୍ଟ ଡିଲ ସରିଛି, କେବଳ ସିଟ ବୁଝାମଣାକୁ ନେଇ କେଉଁଠି ଟିକିଏ କେଁ ଥିବାରୁ, ଘୋଷଣା ହୋଇପାରୁନି । ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ ହେଲେ ଫାଇଦାରେ ରହିବ କଂଗ୍ରେସ। ଏକଥା ଆମେ ନୁହେଁ ସୋସିଆଲ ମିଡିଆରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ ହେଉ କି ତଥାକଥିତ ବିଶେଷଜ୍ଞମାନେ କହୁଛନ୍ତି। ସେଥିପାଇଁ ତ କଂଗ୍ରେସ ତା’ର ବିତୀୟ ପ୍ରାର୍ଥୀ ତାଲିକାରେ ଓଡିଶାରେ କୌଣସି ନାଁ ଘୋଷଣା କରିନାହିଁ।

ତେବେ ମେଣ୍ଟକୁ ନେଇ ଆଗକୁ କ’ଣ ହେଉଛି ତା’କୁ ନେଇ କଂଗ୍ରେସ ଅପେକ୍ଷା କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ଲୋକ ସୁନୀଲ କାନୁଗୋଲୁ ଓଡିଶା ରାଜନୀତିକୁ ତୀକ୍ଷ୍ମ ଭାବରେ ନଜର ରଖୁଛନ୍ତି। ସେପଟେ ମେଣ୍ଟକୁ ନେଇ କଂଗ୍ରେସର ପ୍ରତିକ୍ରିୟା କ’ଣ ରହିଛି ବୋଲି କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ହେଲେ କଂଗ୍ରେସର କିଛି ଫରକ ପଡିବନି। ଆଗାମୀ ନିର୍ବାଚନ ରାଜ୍ୟରେ ନିର୍ଣ୍ଣାୟକ ମୋଡ ନେବ। ଆଉ ଦଳ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image