ବିରୋଧୀଙ୍କୁ ଟକ୍କର୍‌ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ

କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ୍‌ କଟିବ କାହାର ରହିବ ଏନେଇ ନେତାଙ୍କ ଛାତି ଧରପଗଡ ହେଉଛି।

ତେବେ ଏଥର ବାରବାଟୀ-କଟକ ମଇଦାନରେ ରାଜନୀତିର ଖେଳ ଜମିପାରେ ବୋଲି ଚର୍ଚ୍ଚା ହେଉଛି। ମଇଦାନରେ ଏବେ କେବଳ ଜଣେ ଖେଳାଳୀ ଅଛନ୍ତି। ସେ ହେଉଛନ୍ତି ବିଜେଡିର ପ୍ରାର୍ଥୀ ପ୍ରଶାନ୍ତ ବେହେରା। ଭାଜପା ଅରିନ୍ଦମ ରଏଙ୍କୁ ଟିକେଟ୍‌ ଦେବ କି ନାହିଁ ଛକାପଞ୍ଝାରେ ରହିଛି। ହେଲେ ଏହାରି ଭିତରେ କଂଗ୍ରେସ ଟିକେ ଅସୁବିଧାରେ ପଡିଛି। କାରଣ ମଦମ୍ମଦ ମୋକିମଙ୍କ ପ୍ରାର୍ଥୀତ୍ୱ ଏବେ ଝୁଲୁଛି କୋର୍ଟ ଉପରେ। ଆଉ ଯଦି କିଛି ଏପଟେ ସେପଟେ ହୁଏ ତାହାହେଲେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଚାଲିଛି।

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ। ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି। ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ।
ସୋଫିଆ Metro graden Estate ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର। ଏଥିସହ କ୍ରେଡ଼ାଇ ଭୁବନେଶରର ସଭାପତି। ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ଏହି ମହିଳା ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନିର୍ବାଚନ ଲଢ଼ିବା ନେଇ ଏବେ ଅଡୁଆରେ ପଡ଼ିଛନ୍ତି ମୋକିମ। ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି। ମୋକିମ, ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଯଦି ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ନ ଦିଅନ୍ତି ତେବେ ନିର୍ବାଚନ ଲଢି ପାରିବେନି ମୋକିମ । ଯଦି ଏହି ପରିସ୍ଥିତି ଲାଗି ରୁହେ ଏବଂ କୋର୍ଟଙ୍କ ତରଫରୁ ଆଶ୍ୱସ୍ତି ନ ମିଳେ ତେବେ କଟକ ବାରବାଟୀ ଆସନରୁ କଂଗ୍ରେସରୁ ମଇଦାନକୁ ଓହ୍ଲାଇ ପାରନ୍ତି ଶୋଫିଆ। ବାରବାଟୀ-କଟକ ଏଥର ରୋଚକ ଲଢେଇ ଦେଖିବ ବୋଲି ଚର୍ଚ୍ଚା ହେଉଛି।

କହିରଖୁଛୁ କି, ଏହି ଆସନରୁ ୨୦୧୯ରେ ମୋକିମ ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ।

Share