Categories: ଖେଳ

ମୋଲେମା ୧୪ତମ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୪ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ ମାର୍ଟିନ ୭ ସ୍ଥାନ ଉପରକୁ ଉଠି ଟାଡେଜ ପୋଗାକାରଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୁଇ ରାଇଡରଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୪.୦୪ ମିନିଟ ରହିଛି। ଟେକ୍‌୍‌ ସେଗାଫ୍ରେଡୋ ଟିମ୍‌ର ମୋଲେମା ଶନିବାର ଅନୁଷ୍ଠିତ ୧୮୩.୭ କିମି ଦୂରତା ବିଶିଷ୍ଟ ରେସ୍‌କୁ ୪ ଘଣ୍ଟା ୧୬ମିନିଟ ୧୬ସେକେଣ୍ଡରେ ଶେଷ କରିଥିଲେ।
ରେସ୍‌ର ଶେଷ ୪୨ କିମି ବାଟ ସେ ଅନ୍ୟମାନଙ୍କଠାରୁ ଆଗରେ ରହିଆସିଥିଲେ। ଟୁର୍‌ରେ ତାଙ୍କର ଦ୍ୱିତୀୟ ଷ୍ଟେଜ୍‌ ବିଜୟ। ଅଷ୍ଟ୍ରିଆର ପ୍ୟାଟ୍ରିକ୍‌ କୋନାର୍ଡ ୧.୦୪ ମିନିଟ୍‌ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଲମ୍ବିଆର ସର୍ଗିଓ ହିଗୁଇଟା ଏବଂ ଇଟାଲୀର ମାଟିଆ କାଟାନେଓ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ହୋଇଥିଲେ।

Share