ଟେଲିକାଷ୍ଟର ମାସେ ନ ପୂରୁଣୁ ବନ୍ଦ ହେବ ଏହି ଧାରାବାହିକ !

ବମ୍ବେ: ଟେଲିକାଷ୍ଟ ହେବାର ମାସେ ନ ପୂରୁଣୁ ବନ୍ଦ ହେବାକୁ ଯାଉଛି ଧାରାବାହିକ ‘ମୋଲକ୍କି-ରିସ୍ତୋ କି ଅଗ୍ନିପରୀକ୍ଷା ସିଜନ୍‌ ୨’। ଧାରାବାହିକର ପ୍ରଥମ ସିଜନ ହିଟ୍‌ ହେବା ପରେ ନିର୍ମାତାମାନେ ବହୁ ଆଶା ରଖି ଦ୍ୱିତୀୟ ସିଜନ୍‌କୁ ଲଞ୍ଚ କରିଥିଲେ। ଫେବୃୟାରୀ ୧୩ରୁ ଏହା ପ୍ରସାରିତ ହେଉଥିଲା। ହେଲେ ଏବେ ଧାରାବାହିକ ଅଫ୍‌ଏୟାର ହେବାକୁ ଯାଉଥିବା ଜଣାପଡ଼ିଛି।

ନିକଟରେ ଧାରାବାହିକର କଳାକାରମାନେ ଶେଷ ଏପିସୋଡର ଶୁଟିଂ ଶେଷ କରିଛନ୍ତି। ଏହା ଚଳିତ ସପ୍ତାହ ଶେଷରେ ପ୍ରସାରିତ ହେବା ପରେ ଧାରାବାହିକ ବନ୍ଦ ହେବ। ଚ୍ୟାନେଲ ଏବଂ ପ୍ରଡକ୍ସନ ସଂସ୍ଥା ସହ ମତାନ୍ତରକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସେହିଭଳି ଖରାପ ରେଟିଂ ଏବଂ ଟିଆର୍‌ପି ଯୋଗୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଶୁଣିବାକୁ ମିଳୁଛି। ହେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Share