ମୁମ୍ବାଇ,୧୫।୧୨-ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ରୁହନ୍ତି। କରିନା ୨ୟ ଥର ମା’ ହେବାକୁ ଯାଉଛନ୍ତି। ନିକଟରେ ନିଜ ଇନ୍ଷ୍ଟାଗ୍ରାମରେ କରିନା ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ଫଟୋ ସୁଟ୍ କରୁଥିବାର ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।