ପ୍ରିୟଙ୍କାଙ୍କ ପାଇଁ ଲଣ୍ଡନରେ ରହି ଏମିତି କାମ କଲେ ମା’

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିଦେଶରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ଉନ୍ମୋଚନ କରିଛନ୍ତି ଏବଂ ଅନ୍ୟପଟେ ତାଙ୍କ ପୁସ୍ତକ ‘ଅନ୍‌ଫିନିଶଡ’ ମଧ୍ୟ ରିଲିଜ୍‌ ହୋଇଛି। ଏହି ପୁସ୍ତକରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଏବେ ପ୍ରିୟଙ୍କା ଚୋପ୍ରା ତାଙ୍କର ଏକ ସ୍ବେଟରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସ୍ବେଟର ଏକ ଫଟୋ ଶେୟାର କରିଛନ୍ତି। ଏହି ସ୍ବେଟରର ସ୍ବତନ୍ତ୍ରତା ରହିଛି। ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ପାଇଁ ତାଙ୍କ ମା ମଧୁ ଚୋପ୍ରା ବୁଣିଛନ୍ତି। ସେ ଏହି ସ୍ବେଟର ପିନ୍ଧିଥିବା ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ମା’ ମଧୁ ଚୋପ୍ରା ଏବଂ ସ୍ବାମୀ ନିକ ଜୋନାସଙ୍କ ସହ ନଜର ଆସିଛନ୍ତି। ଫଟୋ ଶେୟାର କରି ପ୍ରିୟଙ୍କା ଚୋପ୍ରା ତାଙ୍କ ମା’ଙ୍କ ସ୍ବେଟର୍‌ ବିଷୟରେ କ୍ୟାପସନ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଲଣ୍ଡନରେ ରହୁଥିବାବେଳେ ମୋ ମା’ ଏହି ସ୍ବେଟର ବୁଣିଛନ୍ତି। ମୋ ପରିବାର ମୋ ପାଇଁ ସବୁଠାରୁ ବଡ ଆଶୀର୍ବାଦ ଅଟେ। ପୁନର୍ବାର ଏକାଠି ହେବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ସେ କହିଛନ୍ତି।

Share