କ୍ଷଣିକ ବିଦ୍ରୋହ, ଦୀର୍ଘ ପରିଣାମ

ମସ୍କୋ,୨୬ା୬: ରୁଷିଆର ଘରୋଇ ସେନା ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ କରିଥିବା ବିଦ୍ରୋହର ଅବଧି ସ୍ବଳ୍ପ ହୋଇପାରେ। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପାଇଁ ଏହାର ପରିଣାମ ଦୀର୍ଘସ୍ଥାୟୀ ହେବ। ବିଶ୍ୱର ଅନ୍ୟ ଭୂଖଣ୍ଡଗୁଡ଼ିକରେ ମଧ୍ୟ ଏକଚ୍ଛତ୍ରବାଦୀ ଶାସକମାନଙ୍କ ଉଦ୍ଦେଶ୍ୟରେ ଏହା ଏକ ସୁଦୂରପ୍ରସାରୀ ଶିକ୍ଷଣୀୟ ସନ୍ଦେଶ ବୋଲି ସାମରିକ ବିଶେଷଜ୍ଞମାନେ ରବିବାର ମତ ବ୍ୟକ୍ତ କରିଛନ୍ତି। ସପ୍ତାହାନ୍ତର ଏହି ଦ୍ରୁତ ପରିବର୍ତ୍ତନଶୀଳ ଘଟଣାକ୍ରମକୁ ଆମେରିକା ‘ଅତ୍ୟନ୍ତ ଅସ୍ବାଭାବିକ’ ବୋଲି ଅଭିହିତ କରିଛି। ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ମତରେ ୧୬ ମାସ ତଳେ ୟୁକ୍ରେନ୍‌କୁ କବ୍‌ଜା କରିବାକୁ ବାହାରିଥିବା ରୁଷିଆ ମୁହଁରେ ଏହା ଏକ ‘ଫାଟ’।
ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋଙ୍କ ସହ ଆଲୋଚନା ପରେ ଶନିବାର ବିଳମ୍ବିତ ରାତିରେ ୟେଭ୍‌ଗେନି ନିଜ ଅନୁଗାମୀମାନଙ୍କୁ ଯୁଦ୍ଧ ଶିବିରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ତରବରିଆ ରାଜିନାମା ଅନୁସାରେ ୟେଭ୍‌ଗେନି ବେଲାରୁଷରେ ନିର୍ବାସନ ଜୀବନ ବିତାଇବେ। କିନ୍ତୁ ତାଙ୍କ କିମ୍ବା ଓ୍ବାଗ୍‌ନର ସୈନ୍ୟଙ୍କ ବିରୋଧରେ ମସ୍କୋ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଲୁକାଶେଙ୍କୋଙ୍କ ମଧ୍ୟସ୍ଥତାରେ ଏହି ଡିଲ୍‌ ହେବା ପରଠୁ ପୁଟିନ୍‌ କିମ୍ବା ୟେଭ୍‌ଗେନିଙ୍କ ମଧ୍ୟରୁ ଅଦ୍ୟାବଧି କାହା ମୁହଁରୁ ପଦୁଟିଏ ଶୁଣିବାକୁ ମିଳିନାହିଁ।
ଓ୍ବାଗ୍‌ନର ସେନାର ସାମୟିକ ସଶସ୍ତ୍ର ବିଦ୍ରୋହ ୟୁକ୍ରେନ୍‌ ବିରୋଧରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ଯୁଦ୍ଧ କ୍ଷମତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। କେବଳ ଏତିକି ନୁହେଁ, ରୁଷିଆର ସରକାରୀ ସୈନ୍ୟଙ୍କ ମନୋବଳକୁ ମଧ୍ୟ ଦୁର୍ବଳ କରିଦେଇଛି। ମସ୍କୋମୁହଁ। ଓ୍ବାଗ୍‌ନର ପଛଘୁଞ୍ଚା ଦେବା ପରେ ପୁଟିନ୍‌ଙ୍କ ସୈନ୍ୟ ଆଶ୍ୱସ୍ତ ହୋଇ ରାଜଧାନୀ ରାଜରାସ୍ତାରୁ ଓହରିଯାଇଛନ୍ତି। ଲୋକେ ପାର୍କ ଓ କାଫେରେ ଅବସର ବିନୋଦନ ପାଇଁ ରୁଣ୍ଡ ହୋଇଛନ୍ତି। ଇତିମଧ୍ୟରେ ନିଜ କର୍ତ୍ତୃତ୍ୱକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ ଅତି ନିର୍ଦ୍ଦୟ ଭାବେ ଶାସ୍ତି ଦେବା ପାଇଁ ଆଗଭର ହେଉଥିବା ରୁଷିଆ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଯାଇଛି। ଏହି ଘଟଣାକ୍ରମ ପରେ ପୁଟିନ୍‌ଙ୍କ ଦୀର୍ଘ ଦୁଇ ଦଶନ୍ଧିର ଶାସନକୁ ନେଇ ବିଶେଷକରି ୟୁକ୍ରେନ୍‌ ଯୁଦ୍ଧର ଦୁଷ୍ପରିଣାମ ଯୋଗୁ ଅସନ୍ତୁଷ୍ଟ ଥିବା ଅନ୍ୟମାନଙ୍କ ପାଇଁ ୟେଭ୍‌ଗେନି ବାଟ ଫିଟାଇଦେଇଛନ୍ତି। ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ର ବରିଷ୍ଠ ଯୁଦ୍ଧ ଗବେଷକ ବେନ୍‌ ବାରି କହିଛନ୍ତି, ଯାହାସବୁ ଘଟିଗଲା ତାକୁ ନେଇ ୟୁକ୍ରେନୀୟ ସରକାର ଓ ସାମରିକ ବଳକୁ ନିଶ୍ଚିତ ଭାବେ ଆଶ୍ୱସ୍ତି ମିଳିଥିବ। ଆଉ ଗୋଟିଏ ପ୍ରଶ୍ନ ହେଉଛି, ରୁଷିଆର ସ୍ବାର୍ଥ ପାଇଁ ଅନ୍ୟ ଦେଶଗୁଡ଼ିକ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୟେଭ୍‌ଗେନିଙ୍କ ନେତୃତ୍ୱାଧୀନ ଓ୍ବାଗ୍‌ନର ଏବେ କ’ଣ କରିବ? ୟେଭ୍‌ଗେନିଙ୍କୁ ବାଦ୍‌ ଦେଇ ରୁଷୀୟ ଜେନେରାଲମାନେ ପ୍ରତ୍ୟକ୍ଷ ଭାବେ ଠିକା ସୈନ୍ୟଙ୍କୁ ଭଡ଼ାରେ ଆଣିବେ କି?


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri