‘ମମି, ଡାଡି, ଆଇ ଲଭ୍‌ ୟୁ’: ଭାଇରାଲ ହେଉଛି ଯବାନଙ୍କ ଭିଡିଓ

କ୍ୱିଭ୍‌,୨୬ା୨: ଆଶାଆଶଙ୍କା ଭିତରେ ୟୁକ୍ରେନର ବର୍ତ୍ତମାନ ଏବଂ ଭବିଷ୍ୟତ। କେଉଁ ମୁହୂର୍ତ୍ତରେ ରୁଷିଆ କ୍ୱିଭ୍‌କୁ କବ୍‌ଜା କରିନେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସେନା ରୁଷିଆର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି । ତେବେ ଏଭଳି ସ୍ଥିତିରେ ୟୁକ୍ରେନ ଯବାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସୋସିଆଲ ମିଡିଆ ୟୁଜରମାନଙ୍କୁ ଭାବବିହ୍ବଳ କରି ଦେଇଛି। ୧୩ ସେକେଣ୍ଡର ଏହି ଭିଡିଓରେ ଯବାନ ଜଣକ କହୁଛନ୍ତି, ମମି, ଡାଡି, ଆଇ ଲଭ୍‌ ୟୁ। ରେଡିଟ୍‌ ସୋସିଆଲ ମିଡିଆରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି।
ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ ଉପରକୁ ରୁଷିଆ ଘନ ଘନ ମିଶାଇଲ ନିକ୍ଷେପ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୩୭ ଜଣ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। ରୁଷିଆ ଟ୍ୟାଙ୍କ, ନାଭାଲ ସିପ୍‌ ଏବଂ ଏୟାରଷ୍ଟ୍ରାଇକ୍‌ ଜରିଆରେ ୟୁକ୍ରେନକୁ ମିଶାଇଲ ଛାଡୁଛି । ଅନ୍ୟପଟେ ରୁଷିଆ ସେନା ଧୀରେ ଧୀରେ ରାଜଧାନୀ କ୍ୱିଭ୍‌ର ବିଭିନ୍ନ ଅଞ୍ଚଳ ଅକ୍ତିଆର କରିବାରେ ଲାଗିଛନ୍ତି। ଶୁକ୍ରବାର ଯୁଦ୍ଧକୁ ଦୁଇଦିନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୧ ଲକ୍ଷ ନାଗରିକ ଦେଶ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିସାରିଛନ୍ତି।

Share