ବିବାହ ପୂର୍ବରୁ ଭାଇରାଲ ହୋଇଥିଲା ଏମଏମଏସ୍‌

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଥମେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ମୋନାଙ୍କୁ କିଛି ରିୟଲିଟି ଶୋ’ ଓ ପରେ ବଲିଉଡର କିଛି ମୁଭିରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ଏକ ପଞ୍ଜାବୀ ପରିବାରରେ ୧୯୮୧ରେ ଜନ୍ମ ନେଇଥିଲେ ମୋନା । ତାଙ୍କ ପିତା ଜଣେ ଆର୍ମିର୍ ଅଫିସର ଥିଲେ । ପ୍ରଥମେ ସେ ଟେଲିଭିଜନ ସିରିଏଲ ‘ଜସ୍‌ସି ଜୈସି କୋଇ ନେହି’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ସିରିଏଲରୁ ହିଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ ହୋଇ ଯାଇଥିଲେ । ଏଥିରେ ସେ ଜସ୍‌ସି ଭୂମିକାରେ ନଜର ଆସିଥିଲେ। ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ।
ମୋନା ଡ୍ୟାନ୍ସ ରିୟଲିଟି ଶୋ’ ଝଲକ ଦିଖଲାଜା ସିଜନ ୱାନର ବିଜେତା ହୋଇଥିଲେ । ସେ ଆମିର ଖାଁଙ୍କ ବ୍ଲକବଷ୍ଟର ମୁଭି ‘ଥ୍ରି ଇଡିଅଟ୍ସ’ରେ ବି ନଜର ଅସିଛନ୍ତି । ପ୍ରଫେସନାଲ ଲାଇଫ ବ୍ୟତୀତ ପର୍ସନାଲ ଲାଇଫକୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି ମୋନା । ୨୦୧୩ରେ ଏକ ଏମଏମଏସ୍ ଲିକ ହୋଇଥିବା ବେଳେ ସେଥିରେ ମୋନା ଥିବା କଥା ଉଠିଥିଲା । ଯେଉଁଥିରେ ଜଣେ ମହିଳା ଆପତ୍ତିଜନକ ଅବସ୍ଥାରେ ନଜର ଆସିଥିଲେ । ଉକ୍ତ ମହିଳା ଜଣଙ୍କ ମୋନା ସିଂ ବୋଲି କୁହାଯାଉଥିବା ବେଳେ ମୋନା କିନ୍ତୁ କହିଥିଲେ ଏଥିରେ ଏଡିଟ କରାଯାଇଛି । ତେବେ ଗତବର୍ଷ ମୋନା ତାଙ୍କ ବୟଫ୍ରେଣ୍ଡ ଶ୍ୟାମଙ୍କୁ ବିବାହ କରିଛନ୍ତି ।

Share