Categories: ଜାତୀୟ

ସୋମବାର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି ଏସ୍‌.ଏ. ବୋବ୍‌ଡେ ଓ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଗତ ମଙ୍ଗଳବାର ଶୁଣାଣି ବେଳେ ଭୂଷଣ ଟୁଇଟ ଲାଗି କ୍ଷମା ମାଗିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ର କହିଥିଲେ, ଯଦି କାହାକୁ ତୁମେ ଆଘାତ ପହଞ୍ଚାଇଛ, ତେବେ କ୍ଷମା ମାଗି ମନ୍ତବ୍ୟ ପ୍ରତ୍ୟାହାର କରିବାରେ ଅସୁବିଧା କେଉଁଠି। ଏହି ମାମଲାରେ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ତାଙ୍କୁ କ୍ଷମା କରିଦେବା ଲାଗି ଦାବି ହୋଇଆସୁଛି। ଏଭଳି ସ୍ଥିତିରେ ସୋମବାର ଦଣ୍ଡବିଧାନ ଉପରେ ସମସ୍ତଙ୍କ ନଜର ରହିଛି।

Share