ଓ୍ବାଶିଂଟନ୍,୨୫।୯: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି। ଏକ ଖବରଦାତା ସମ୍ମିଳନୀରେ ଆଇଏମଏଫ କମୁନିକେଶନ ବିଭାଗର ନିର୍ଦ୍ଦେଶକ ଗେରି ରାଇସ କହିଛନ୍ତି ଯେ, କରୋନା ମହାମାରୀ ମଧ୍ୟରେ ଆତ୍ମନିର୍ଭର ଇଣ୍ଡିଆ ସ୍କିମ ଅଧୀନରେ ଘୋଷିତ ଅର୍ଥନୈତିକ ରିଲିଫ ପ୍ୟାକେଜ ଦ୍ୱାରା ଭାରତୀୟ ଅର୍ଥନୀତି ବୃଦ୍ଧି ପାଇଛି। ଅର୍ଥନୀତି ଉପରେ କୋଭିଡ -୧୯ର ପ୍ରଭାବ ମଧ୍ୟ ହ୍ରାସ ପାଇଛି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନା ସହ ଜଡିତ ଏକ ପ୍ରଶ୍ନ ଉପରେ ରାଇସ୍ କହିଥିଲେ ଯେ ବିଶ୍ୱ ଅର୍ଥନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ଏହା ଅଧୀନରେ ସେହି ନୀତିଗୁଡିକ କାର୍ଯ୍ୟକାରୀ ହେବ, ଯାହା ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଦକ୍ଷ ଏବଂ ପ୍ରତିଯୋଗିତାମୂଳକ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।