ଝାରସୁଗୁଡ଼ା ଅଫିସ,୩ା୮: ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସହାୟତା ପାଇଥିବା ଚାଷୀମାନଙ୍କୁ ଅଯୋଗ୍ୟ ଦର୍ଶାଯାଇ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ କରି ନୋଟିସ୍ ଜାରି କରାଯାଇଛି। ଝାରସୁଗୁଡା ଜିଲାରେ ୧୧୬୧ ଜଣ ଚାଷୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ୍ ଜାରି ହୋଇଥିବା ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଝାରସୁଗୁଡା ବ୍ଲକରୁ ୨୫୧ ଜଣ ରହିଥିବା ବେଳେ କିରମିରା ବ୍ଲକର ୨୭୨, ଲଇକେରା ବ୍ଲକର ୨୦୨ ଜଣ, କୋଲାବିରା ବ୍ଲକର ୧୫୪ ଏବଂ ଲଖନପୁର ବ୍ଲକର ୨୮୨ ଜଣ ଉପରୋକ୍ତ ଅଯୋଗ୍ୟ ଚାଷୀ ରହିଛନ୍ତି। ଏହାକୁ ଚାଷୀ ମହଲରେ ବିରୋଧ କରାଯାଇଛି।
Posted inଆମ ଜିଲା ଖବର, ଝାରସୁଗୁଡ଼ା, ରାଜ୍ୟ