Categories: ଫୁରସତ

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ ସାଙ୍ଗକୁ ବ୍ୟତିକ୍ରମ ସୃଷ୍ଟି କରୁଛି। ତେବେ ଭାରତୀୟମାନଙ୍କୁ ଶୋଇବାର ଗୁରୁତ୍ୱ ବିଷୟରେ ଜଣାଇବା ପାଇଁ ଏକ ବିଦେଶୀ କମ୍ପାନୀ ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ଜିତିଲେ ମିଳୁଛି ଲକ୍ଷାଧିକ ଟଙ୍କା। ଶୋଇବା ପାଇଁ କୋଲକାତାର ୨୬ ବର୍ଷୀୟା ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଓ୍ବେକ୍‌ଫିଟ୍‌ ଡଟ୍‌ କୋ ଓ୍ବେବ୍‌ ସାଇଟ୍‌ ଜରିଆରେ ନାମ ପଞ୍ଜୀକରଣ କରି ଯେ କୌଣସି ବ୍ୟକ୍ତି ଏହି ନିଆରା କାର୍ଯ୍ୟକ୍ରମର ଅଂଶ ପାଲଟିପାରିବେ। ଡିଟୁସି ହୋମ୍‌ ଆଣ୍ଡ ସ୍ଲିପ୍‌ ସଲ୍‌ୟୁସନ୍‌ କମ୍ପାନୀ ଏକ ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏହି ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ କାର୍ଯ୍ୟକ୍ରମର ଫାଇନାଲ୍‌ରେ ୪ ଜଣ ପ୍ରତିଯୋଗୀ ଆଗକୁ ଯାଇଥିଲେ। ପ୍ରତିଯୋଗୀଙ୍କ ନିଦକୁ ପାରାମିଟରରେ ହିସାବ କରାଯାଏ। ଶୋଇବା ସମୟ, ଉଠିବା ସମୟ, ହାଲୁକା ନିଦ ଏବଂ ଗାଢ଼ ନିଦକୁ ନଜରରେ ରଖି ସେମାନଙ୍କ ସ୍କୋର ଗଣାଯାଏ। ଅନ୍ୟ ତିନି ପ୍ରତିଯୋଗୀ ୧ ଲକ୍ଷ ଟଙ୍କା ଜିତିଥିବାବେଳେ ତ୍ରିପର୍ଣ୍ଣା ୯୫ ସ୍କୋର୍‌ କରି ୫ ଲକ୍ଷ ଜିତିଛନ୍ତି। ଭାରତୀୟମାନଙ୍କୁ ଶୋଇବାର ମହତ୍ତ୍ୱ ଜଣାଇବା ଉଦ୍ଦେଶ୍ୟରେ ଏହି କମ୍ପାନୀ ଏ ପ୍ରକାର ନିଆରା ଅଭିଯାନ ଆରମ୍ଭ କରିଛି। ଯେଉଁ ପ୍ରତିଯୋଗୀ କମ୍‌ ସମୟ ଶୋଇବେ ସେ ଏଥିରୁ ବାହାରି ଯିବେ। ଯୁବପିଢ଼ିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ସିଜନ୍‌ ୩ ସ୍ଲିପ୍‌ ଇଣ୍ଟନ୍‌ସିପ୍‌ର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଯେ ଜିତିବେ ତାଙ୍କୁ ୧୦ ଲକ୍ଷର ପୁରସ୍କାର ରାଶି ପ୍ରଦାନ କରାଯିବ। ୧୦୦ ରାତି ଧରି ପ୍ରତିଯୋଗିତା ହେବାକୁ ଥିବାବେଳେ ପ୍ରତ୍ୟେକ ରାତିରେ ପ୍ରତିଯୋଗୀଙ୍କୁ ୯ ଘଣ୍ଟା ଶୋଇବାକୁ ପଡ଼ିବ।

Share