ଟଙ୍କା, ଅଳଙ୍କାର ଲୁଟ୍‌ ମାମଲା: ବନ୍ଧା ହେଲେ ଗ୍ୟାଙ୍ଗର ୩ ଅଭିଯୁକ୍ତ

ସୋରଡା,୧୬।୬(ଲମ୍ବୋଦର ପାଣିଗ୍ରାହୀ): ଟଙ୍କା, ଅଳଙ୍କାର ଲୁଟ୍‌ ମାମଲାରେ ଗଞ୍ଜାମ ଜିଲା ସୋରଡା ପୋଲିସକୁ ଏକ ସଫଳତା ମିଳିଛି। ଲୁଟ୍‌ ଘଟଣାରେ ସମ୍ପୃକ୍ତ ସରାବାଡି ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ସୁଧାଂଶୁ କୁମାର ଗଉଡ, ଉମା ଗଉଡ, ସନାତନ ଗଉଡ। ସମସ୍ତଙ୍କ ବୟସ ୨୫ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି। ସୁଧାଂଶୁ ଗ୍ରାମରେ ରହୁ ଥିବା ବେଳେ ଉମା ଓ ସନାତନ କେରଳ ଏବଂ ସୁରାଟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।

କିଛି ମାସ ହେବ ସେମାନେ ଚୋରି କରି ଅର୍ଥ ଉପାର୍ଜନ କରିବାକୁ ଇଚ୍ଛା କରିଥିଲେ। ୪ରୁ ୫ ମାସ ହେଲା ସେମାନେ ବ୍ରହ୍ମପୁରରେ ଏକ ଘରଭଡା ନେଇ ରହୁଥିଲେ। ଏପରି କି ସେମାନେ ଏକ କାର କିଣିଥିଲେ। ଉକ୍ତ କାରରେ ଯିବା ଆସିବା କରି ଲୁଟ୍‌ପାଟ କରୁଥିଲେ। ୨୦୨୩ ଏପ୍ରିଲ ୧୪ତାରିଖରେ ଦାରିଙ୍ଗବାଡି ଘାଟି ରାସ୍ତାରେ ଦାରିଙ୍ଗବାଡିର ବିକ୍ରମ କିଶୋର ପଟ୍ଟନାୟକ ଓ ସାଗର ପ୍ରିୟା ପଟ୍ଟନାୟକ ବାଇକ୍‌ରେ ସୋରଡା ଆସୁଥିବା ବେଳେ ତାଙ୍କୁ ଅଟକାଇ ସମ୍ପୃକ୍ତ ୩ଜଣ ଯୁବକ ବନ୍ଧୁକ ଦେଖାଇ ସୁନା ଚେନ, ମୋବାଇଲ ଫୋନ ଲଟିନେଇଥିଲେ। ଏନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ନମ୍ବର (୨୧୧/୨୩) ରୁଜୁ କରିଥିଲା।

ସେହିପରି ସୋରଡା ଭଞ୍ଜନଗର ରାସ୍ତା ବିଭୁତିଆ ନିକଟରେ ଜୁନ ୨୪ତାରିଖରେ କୁଳାଙ୍ଗି ଅଞ୍ଚଳର ଭଞ୍ଜ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୨୩୫/୨୩) ରୁଜୁ ହୋଇଥିଲା। ଏପରି କି ଜୁନ ୧୧ତାରିଖରେ ୩ଜଣ ବାଇକ୍‌ରେ ଆସି ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ବ୍ୟାଗ କିଣିବା ବାହାନାରେ ବନ୍ଧୁକ ଦେଖାଇ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ। ଦୀନବନ୍ଧୁଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୨୬୫/୨୦୨୩) ରୁଜୁ କରି ତନାଘନା ଆରମ୍ଭ କରିଥିଲା।

ଅଭିଯୋଗ ମୁତାବକ, ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ୩ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଗୁରୁବାର ଅପରାହ୍ନରେ ଥାନା ପରିସରରେ ଆସ୍କା ଏସ୍‌ଡିପିଓ ଉମା ଶଙ୍କର ସିଂ, ଆଇଆଇସି ରମେଶ କୁମାର ପ୍ରଧାନ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ।

ଚୋରି ଗ୍ୟାଙ୍ଗର ୩ ଯୁବକଙ୍କୁ ଗିରଫ କରାଯିବ ସହ ତାଙ୍କଠାରୁ ଏକ ନମ୍ବର ବିହୀନ କାର, ବାଇକ୍‌ ଏବଂ ୨ଟି ଖେଳଣା ବନ୍ଧୁକ, ଛୁରୀ, ୪ଟି ମୋବାଇଲ ଫୋନ,୨ଟି ନମ୍ବର ପ୍ଳେଟ ସହ ନଗଦ ୬୨ ହଜାର ଟଙ୍କା ଜବତ କରାଯାଇଥିବା ଏସ୍‌ଡିପିଓ ସିଂ କହିଛନ୍ତି। ଏପରିକି ତଦନ୍ତ ବେଳେ ବିଭିନ୍ନ ଉପାୟରେ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ୧୬୦୦୦୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୨୭୦୦୦ ଟଙ୍କା ଅଭିଯୁକ୍ତମାନେ ନିଜ ବ୍ୟାଙ୍କ ଖାତାରେ ଜମା କରିଛନ୍ତି । ୪ ଦିନର ତଲାସି ଅଭିଯାନ ପରେ ସୋରଡା ପୋଲିସ ୩ଟି ଡକାୟତ ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଧରିବା ଓ ସେମାନଙ୍କଠାରୁ ସମସ୍ତ ଚୋରି ଜିନିଷ ଟଙ୍କା ଟଙ୍କା ଜବତ କରିଛି। ଦାରିଙ୍ଗବାଡି ଘାଟି ଘଟଣାରେ ଡକାୟତ ହୋଇଥିବା ସୁନା ଚେନକୁ ଏକ ବ୍ୟାଙ୍କରେ ବନ୍ଧା ପକାଇଦେଇଥିବା ଜଣାପଡିଛି। ତାକୁ ମଧ୍ୟ ଅଣାଯାଇ ସମ୍ପୃକ୍ତ ଲୋକଙ୍କୁ ଦିଆହେବ ବୋଲି ଏସ୍‌ଡିପିଓ କହିଛନ୍ତି। ଅନ୍ୟପକ୍ଷେ ଲୁଟ ହୋଇଥିବା ଜିନିଷ ପାଇ ଦୀନବନ୍ଧୁ ଆନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri