‘ତୁମ ପାଇଁ କିଛି ବି କରିପାରେ…’, ହୋଲି ଉପଲକ୍ଷେ ଜ୍ୟାକଲିନଙ୍କୁ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ରହୁଛନ୍ତି ଚର୍ଚ୍ଚାରେ । କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ଉପରେ ଫୋର୍ଟିଜର ଜଣେ ପୂର୍ବତନ ପ୍ରମୋଟରଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଆଦାୟ କରିବାର ଅଭିଯୋଗ ରହିଛି । ଏବେ ସୁକେଶ ଜେଲରେ ରହିଛନ୍ତି । ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇ ସେ ଜ୍ୟାକଲିନଙ୍କୁ ଏକ ପତ୍ର ଲେଖିଛନ୍ତି ।
ସୁକେଶ ଏହି ପତ୍ର କେବଳ ଜ୍ୟାକଲିନ ନୁହେଁ ବରଂ ମିଡିଆ ପାଇଁ ବି ଲେଖିଛନ୍ତି ଓ ଖୋଲାଖୋଲି ଭାବେ ତାଙ୍କର ପକ୍ଷ ରଖିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସୁକେଶ ତାଙ୍କ ପରିବାର, ବନ୍ଧୁ ‘ସମର୍ଥକ ଓ ଘୃଣା କରୁଥିବା ଲୋକଙ୍କୁ’ ଏହାସହ ତାଙ୍କ ଆଇନ ଟିମକୁ ବି ହୋଲି ୱିଶ କରିଛନ୍ତି । ତାଙ୍କ ପତ୍ରରେ ସୁକେଶ ଜ୍ୟାକଲିନଙ୍କୁ ‘ସବୁଠାରୁ ସାନଦାର ଇନସାନ’ କହିବା ସହ ତାଙ୍କ ଜୀବନରୁ ଫିକା ଓ ଗାୟବ ହୋଇଯାଇଥିବା ରଙ୍ଗକୁ ପୁଣିଥରେ ୧୦୦ ଗୁଣା କରି ଆଣିଦେବାକୁ କଥା ଦେଇଛନ୍ତି ।

Share