ଇଡି ଉପରେ ଅଭିଯୋଗ ଆଣିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୧୦ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଗୁରୁବାର ପଟିଆଲା ହାଉସ କୋର୍ଟରେ ଶୁଣାଣି ଚାଲିଛି । ଏହାକୁ ନେଇ ଜ୍ୟାକଲିନ କୋର୍ଟରେ ପହଞ୍ଚି ସାରିଛନ୍ତି । କୋର୍ଟରେ ଶୁଣାଣି ସମୟରେ ଜ୍ୟାକଲିନ ଫର୍ନାଡିଜ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ କହିଛନ୍ତି ଇଡି ତାଙ୍କୁ ବାରମ୍ବାର ଅସ୍ତବ୍ୟସ୍ତ କରୁଛି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ନିରାଧାର । ମାମଲାର ଶୁଣାଣି ସରିଥିବା ବେଳେ ରାୟ ଆସନ୍ତା କାଲି ବା ଶୁକ୍ରବାର ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି ।
ଜ୍ୟାକଲିନ କହିଛନ୍ତି ସେ ତାଙ୍କ କାମରେ ବିଦେଶ ଯିବା ଆସିବା କରୁଛନ୍ତି ହେଲେ ତାଙ୍କୁ ଅଟକାଇ ଦିଆଯାଇଛି । ଗତବର୍ଷ ଜାନୁୟାରୀେରେ ମୁଁ ମୋ ମାଅଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲି । କେବଳ ଏତିକିନୁହେଁ ଜ୍ୟାକଲିନ କୋର୍ଟରେ କହିଛନ୍ତି କି ଏହାକୁ ନେଇ ସେ ଯାଞ୍ଚ ଏଜେନ୍ସି ସହ ମେଳ ବି କରିଥିଲେ, ହେଲେ ଏହାର କୌଣସି ଜବାବ ମିଳିଲା ନାହିଁ ।

Share