ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ୨୪ ରେ ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହୋଇଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟ ସତ୍ୟେନ୍ଦ୍ରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାର ପିଛିଲା ଶୁଣାଣି ଜୁଲାଇ ୧୦ରେ ହୋଇଥିଲା, ଯେଉଁଥିରେ କୋର୍ଟ ତାଙ୍କ ଜାମିନକୁ ଜୁଲାଇ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପୂର୍ବରୁ ମେ’ ୨୬ରେ ସୁପ୍ରିମକୋର୍ଟ ତାଙ୍କୁ ଚିକିତ୍ସା ଆଧାରରେ ୬ ସପ୍ତାହ ଜାମିନ ପ୍ରଦାନ କରିଥିଲେ। ଜୁଲାଇ୧୧ରେ ତାଙ୍କ ଜାମିନର ଶେଷ ଦିନ ଥିଲା।