ବଡ଼ବିଲ,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨ କୋଟି ୪୫ ଲକ୍ଷ ୬୦ ହଜାର ୮୫୦ ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବଡବିଲ ଜେଏମଏଫସି କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗରପଡାସ୍ଥିତ ଅଳୀ ଆପାର୍ଟମେଣ୍ଟରେ ରହୁଥିବା ସୁଭାଷ ଘିସିଙ୍ଗ ଗିରି।
ଅନୁଯାୟୀ, ବଡବିଲ ପୌରକାଯର୍ୟାଳୟର ବ୍ୟାଙ୍କ ଖାତାରୁ ୪ଟି ନକଲି ଚେକ୍ ବ୍ୟବହାର କରି ଟଙ୍କା ଟଙ୍କା ଗାଏବ ହେବା ନେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ବିଭାଗର ଇଓଡବ୍ଲ୍ୟୁ ସିଆଇଡି, କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲ୍ୟୁ (ଇକୋନୋମିକ ଅଫେନ୍ସ ୱିଙ୍ଗ) ଥାନାରେ ବଡବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅଭିଯୋଗ କରିଥିଲେ। ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ଥାନାରେ ଏକ ମାମଲା (ନଂ ୭/୨୨) ରୁଜୁ ହୋଇଛି। ଏହି ଘଟଣାରେ ଇଓଡବ୍ଲ୍ୟୁ ଟିମ ପୌରକାର୍ଯ୍ୟାଳୟର ଆକାଉଣ୍ଟ ଥିବା ବ୍ୟାଙ୍କ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟ କେତେକ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା।